ବଢନ୍ତା ଶିଶୁର ଘରୋଇ ଯତ୍ନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ବଢନ୍ତା ଶିଶୁର ଘରୋଇ ଯତ୍ନ ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିିତ ହୋଇଯାଇଛି । ଏହି ଶିବିରରେ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରଶିକ୍ଷକ ରାଜକିଶୋରର ସ୍ୱାଇଁ ଓ ଡେଲାଙ୍ଗ ମେଡିକାଲର ଡକ୍ଟର ସନ୍ତୋଷ ନାୟକ ଯୋଗ ଦେଇ ମାଁ ମାନେ କିପରି ଯତ୍ନ ଶୀଳ ହୋଇ ପିଲାମାନଙ୍କର ଯତ୍ନ ନେବେ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ୧୧୩ ଜଣ ଆଶାକର୍ମୀ ସାମିଲ ହୋଇଥିଲେ । ଶେଷରେ ଡକ୍ଟର ସନ୍ତୋଷ ନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିସହ ଡେଲାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ୨ୟ ପର୍ଯ୍ୟାୟରେ କୋଭିଡ-୧୯ ଟୀକା ସମସ୍ତ ଆଶା ଓ ଅଙ୍ଗନଓାଡି କର୍ମୀମାନଙ୍କୁ ଦିଆଯାଇଥିଲା । ସମୁଦାୟ ୧୮୦ ଜଣଙ୍କୁ ମାଗଣା କୋଭିଡ ଭ୍ୟାକ୍ସିନ୍‌ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମେଡିକାଲ ଅଧିକାରୀ ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ, ଡକ୍ଟର ସନ୍ତୋଷ ନାୟକ, ବିପିଓ ଦିଲ୍ଲିପ କୁମାର ପରିଡା ଓ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.