shyamal

ଅର୍ଦ୍ଧଦଗ୍ଧ ଶିଶୁକନ୍ୟାର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପଦ୍ମପୁର, (ନିରୋଜ କୁମାର ପାଣୀ ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଗୁରୁଣ୍ଡା ଗ୍ରାମର ଲିଲି ଛତର (୧୦) ଗତ ଅଗଷ୍ଟ ୧୫ ତାରିଖରେ ଗରମ ଭାତ ହାଣ୍ଡିରେ ପଡିଯିବାରୁ ଗରମ ତୋରାଣି ପଡ଼ି ୩୨ ପ୍ରତିଶତ ଦେହ ପୋଡ଼ିଯାଇଥିଲା । ତାକୁ ସେହିଦିନ ପ୍ରଥମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ଏବଂ ପରେ ଭୀମସାର ବୁର୍ଲା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପ୍ରାଥମିକ ଉପଚାର ପରେ କଟକ ବଡ଼ ମେଡ଼ିକାଲକୁ ରେଫର୍‌ କରାଯାଇଥିଲା ହେଲେ ଅର୍ଥାଭାବରୁ ଲିଲିର ପରିବାର ତାକୁ ଆଗକୁ ନେଇପାରିଲେ ନାହିଁ । ଉକ୍ତ ଦିନ କଲିକତାରେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଯୋଗୁଁ ଡାକ୍ତରଖାନା ମାନଙ୍କରେ ଧର୍ମଘଟ ଯୋଗୁଁ କୌଣସି ହସ୍ପିଟାଲରେ ଭର୍ତ୍ତି କରିବା ସମ୍ଭବ ହୋଇ ପାରିନ ଥିଲା ତେଣୁ ବାଧ୍ୟ ହୋଇ ପୋଡି ଯାଇଥିବା ଝିଅକୁ ଘରକୁ ଫେରାଇ ଆଣିଥିଲେ । ବର୍ତ୍ତମାନ ଝିଅଟିକୁ କଦଳିପତ୍ର ଦେଇ ବିଛଣାରେ ରଖାଯାଇ ଦେଶୀ ଚିକିତ୍ସା କରାଯାଉଛି । ସୂଚନା ଅନୁଯାୟୀ ଲିଲି ଛତର ୧୦ ବର୍ଷ,ବାପାଙ୍କ ନାମ ବିଶ୍ଵନାଥ ଛତର ଯିଏକି ଜଣେ ଦିନ ମଜୁରିଆ । ମାଁଙ୍କ ନାମ ରଶ୍ମିତା ଛତର ଯିଏକି ଜଣେ ଗୃହିଣୀ ଅଟନ୍ତି । ତାଙ୍କ ପରିବାର କହିଲେ ଆଉ ୩ ସନ୍ତାନ ସନ୍ତତି ଲିଜା ଛତର, ଲିପ୍ସା ଛତର ଏବଂ କାଲିପ ଛତର ଅଛନ୍ତି । ତାକୁ ଉଚ୍ଚତର ଚିକିତ୍ସା ପାଇଁ ଆର୍ଥିକ ସହାୟତା କରାଗଲେ ତାଙ୍କର ଚିକିତ୍ସା ସମ୍ଭବ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଶିଶୁ ଚିକିତ୍ସା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

purusottam
Leave A Reply

Your email address will not be published.