jayashree

ନିର୍ବାହୀ ଅଧିକାରୀ‌ଙ୍କ ବଦଳି ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ପଦ୍ମପୁର ବ୍ଲକ ଡଂଗାଘାଟ ପଂଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ନିରଞ୍ଜନ ସାହୁ ଦୀର୍ଘ ୧୩ ବର୍ଷ ଧରି କାର୍ୟ୍ୟ କରି ଥିଲେ ସୁଦ୍ଧା ଆଜି ପର୍ୟ୍ୟନ୍ତ ଅନ୍ୟତ୍ର ବଦଳି କରାଯାଉ ନାହିଁ । ବର୍ତ୍ତମାନ ଓଡ଼ିଶାରେ ମୋ ସରକାର କାର୍ୟ୍ୟ କରୁଛି । ଗୋଟିଏ ସରକାରୀ କର୍ମଚାରୀକୁ ୫ ବର୍ଷ ଗୋଟିଏ ଜାଗାରେ ରହି ପାରିବେ ତାର ନିୟମ ଅଛି । କିନ୍ତୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ଉପର ଅଧିକାରୀ ମାନେ ଶୁଣୁନାହାନ୍ତି, ଏହି ପଂଚାୟତରେ ବହୁ ବର୍ଷ ଧରି କାର୍ୟ୍ୟ କରୁଥିବା ଇଓ ପଂଚାୟତର ସମସ୍ତ କାର୍ୟ୍ୟରେ କୋଟି କୋଟି ଟଂକା ହଡ଼ପ କରୁଛନ୍ତି । ମନରେଗା, ଚାଉଳ, ଆବାସ ଯୋଗାଣ, ସମସ୍ତ କାର୍ୟ୍ୟ ପାଇଁ ପିସି କାରବାର ଚାଲିଛି, ବର୍ତ୍ତମାନ ଆଶ୍ଚର୍ୟ୍ୟର ବିଷୟ ଏହି କି ବ୍ଲକର ବିଡିଓରୁ ଆରମ୍ଭ କରି ସମସ୍ତ ଇଓ,ଏପିଓ, ଜିଆରଏସ ମାନଙ୍କର ବଦଳି ହେଉଛି କିନ୍ତୁ ନିରଞ୍ଜନ ସାହୁ କାହା ପାଇଁ ଏ ଜାଗାରୁ ବଦଳି କରାଯାଉ ନାହିଁ ତାହା ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.