ରାଜ୍ୟ ସରକାର ଆଇ.ପି.ଏସ୍. ସ୍ତରରେ ବଡ଼ ଧରଣର ଅଦଳବଦଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାର ଆଇ.ପି.ଏସ୍. ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ବ୍ରହ୍ମପୁର ଏସ୍‌.ପି. ଦାୟିତ୍ୱରେ ଥବବା ଡିଆଇଜି ଡଃ. ସାର୍ଥକ ଷଡ଼ଙ୍ଗୀଙ୍କୁ ପଦୋନ୍ନତି ଭିତ୍ତିରେ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି । ତେବେ ଡ଼ଃ. ଶ୍ରବଣା ବିବେକ ଏମ.ଙ୍କୁ ପୁଣି ବ୍ରହ୍ମପୁର ଏସ୍.ପି. ଭାବେ ଦାୟିତ୍ୱକୁ ଦିଆଯାଇଛି । ସେହିଭଳି କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଗଞ୍ଜାମ ଏସ୍‌ପି ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଚୂଡ଼ାନ୍ତ ହୋଇଛି । ୨୦୦୭ ବ୍ୟାଚ୍‌ର ଆଇ.ପି.ଏସ୍. ଅଫିସର ଡଃ. ସାର୍ଥକ ଷଡ଼ଙ୍ଗୀ ୨୦୧୪ ସେପ୍ଟେମ୍ବର ୧ ରୁ ୨୦୧୬ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ବ୍ରହ୍ମପୁର ଏସ୍‌ପି ଦାୟିତ୍ୱରେ ଥିଲେ । ଏହାପରେ ସେ ପୁରୀ ଓ ଅନ୍ୟ ଜିଲ୍ଲାରେ ଦାୟିତ୍ଵ ତୁଲାଇବା ପରେ ଡିଆଇଜି ପାହ୍ୟାକୁ ପଦୋନ୍ନତି ହୋଇଥିଲା । ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଇପିଏସ୍‌ମାନଙ୍କ ଅଦଳବଦଳ ହୋଇଥିଲା । ୨୦୨୪ ଏପ୍ରିଲ ୯ ତାରିଖରେ ତାଙ୍କୁ ବ୍ରହ୍ମପୁର ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଥିଲା । ୨୦୧୫ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଡ଼ଃ. ଶ୍ରବଣା ବିବେକ ଏମ୍. ୨୦୧୬ରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ପ୍ରୋମୋସନ୍‌ରେ ଆସିଥିଲେ । ଏଠାରୁ ମାଲକାନଗିରି ଏସ୍‌.ଡି.ପି.ଓ. ଭାବେ ନିଯୁକ୍ତି ପାଇଥିଲେ । ୨୦୨୨ ମେ ୬ ତାରିଖରେ ସେ ବ୍ରହ୍ମପୁର ଏସ୍‌.ପି. ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କର ବଦଳି ହୋଇଥିଲା । ସେହିପରି ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ବଦଳି ହୋଇଯାଇଛି । ତାଙ୍କରି ସ୍ଥାନରେ ୨୦୧୯ ବ୍ୟାଚର ଆଇ.ପି.ଏସ୍. ଅଧିକାରୀ ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଅବସ୍ଥାପିତ କରାଯାଇଛି । ଆଇ.ପି.ଏସ୍. ଶ୍ରୀ ପାତ୍ର କନ୍ଧମାଳ ଏସ୍‌ପି. ଭାବେ ଦାୟିତ୍ଵରେ ଥିଲେ । ଶ୍ରୀ ପାତ୍ର ଙ୍କୁ ଗଞ୍ଜାମ ଏସ୍‌ପି ଦାୟିତ୍ଵ ମିଳିଥିବା ଗୃହ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.