ଅସହାୟ ମହିଳାଙ୍କୁ ସହାୟତାର ହାତ ବଢାଇଲେ ବାବୁଲି ମଣ୍ଡଳ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଯୋରାଡବରା ପଞ୍ଚାୟତର ସିଲେଟପଡା ଗ୍ରାମର ଜଣେ ଅସହାୟ ବିଧବା ମହିଳା ସେବତୀ ସୁନା(ପଦ୍ମା)ଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ପରିବାର ଲୋକେ ଚିକିତ୍ସା ପାଇଁ ଜମିବାଡି ବିକି ୪୦ହଜାର ଟଙ୍କା ଯୋଗାଡ କରି ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ଉକ୍ତ ମହିଳାଙ୍କ ହିମୋଗ୍ଲୋବିନ ହାର କମ ଥିବାରୁ ରକ୍ତର ଆବଶ୍ୟକତା ପଡିଥିଲା । ଖବର ପାଇ ବିଜେଡି ଜିଲ୍ଲା ଉପସଭାପତି ତଥା ସମାଜସେବୀ ଚିତ୍ତରଞ୍ଜନ ମଣ୍ଡଳ (ବାବୁଲି) ଡାକ୍ତରଖାନରେ ପହଞ୍ଚି ଆବଶ୍ୟକ ତିନି ୟୁନିଟ ରକ୍ତ ଯୋଗାଡର ବ୍ୟବସ୍ଥା କରିଥିଲେ ଏବଂ ଚିକିତ୍ସାରେ ମଧ୍ୟ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ତାଙ୍କୁ ବିଭିନ୍ନ ମହଲରୁ କୃତଜ୍ଞତା ଜଣାଇଛନ୍ତି । ପ୍ରକାଶ ଥାଉକି ସେବତୀର ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ସୁନା ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଅକାଳରେ ମୃତ୍ୟୁବରଣ କରିଥିଲେ । ଏଥିରେ ମାନସିକ ସନ୍ତୁଳନ ରକ୍ଷା କରିନପାରି ସେବତୀ ସେତେବେଳେ ବ୍ରିଜ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହେଲେ ଜୀବନ ବଞ୍ଚିଗଲା ସିନା ଗୋଡ ଭାଙ୍ଗିଗଲା । ସେଦିନୁ ସେ ଶଯ୍ୟାଶାୟୀ ଥିବାବେଳେ ଏବେ ରକ୍ତହୀନତାର ଶିକାର ହୋଇଛନ୍ତି ।

Leave A Reply

Your email address will not be published.