ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଦେଇଥିବା ମନ୍ତ୍ୟବକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛି ଜିଲ୍ଲା ଦଳିତ ସମାଜ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସଂସଦ ଭବନରେ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଦେଇଥିବା ମନ୍ତ୍ୟବକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଜିଲ୍ଲା ଦଳିତ ସମାଜ । ଜିଲ୍ଲା ଯୁବ ଦଳିତ ସମାଜର ଆକାଶ ସାଗର, ନିକେଶ କୁମ୍ଭାର, ଚିନୁ ହରପାଲ, ଈଶ୍ୱର ନନ୍ଦ ଓ ସୁଶାନ୍ତ ନନ୍ଦଙ୍କ ନେତୃତ୍ଵରେ ବହୁ ଯୁବକ, ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରୁଣ୍ଡ ହୋଇଥିଲେ । ନାରାବାଜି କରି ଅମିତ୍ ଶାହାଙ୍କୁ ଗୃହମନ୍ତ୍ରୀ ପଦ ଛାଡ଼ ବୋଲି ଦାବି କରିଥିଲେ । ଏହା ସହିତ ଅମିତ୍ ଶାହାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଗତ କିଛିଦିନ ତଳେ ଅମିତ୍ ଶାହା ଡକ୍ଟର ଆମ୍ବେଦକରଙ୍କ ପ୍ରତି ଏକ ମନ୍ତ୍ୟବ ଦେଇଥିଲେ ଯାହାକୁ ବିରୋଧ କରି ସାରା ଦେଶରେ ଆନ୍ଦୋଳନ ହେଉଛି । ତାଙ୍କର ମନ୍ତବ୍ୟ ଯୋଗୁଁ ଅମିତ୍ ଶାହା କ୍ଷମା ମାଗନ୍ତୁ ଓ ତାଙ୍କର ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ହେଉଛି ।