oom

ଗଣ୍ଡାବଜା କଳାକାରଙ୍କୁ ସରକାରୀ ସ୍ତରରେ ଚିହ୍ନଟ କରାଯାଉ : ଭୋଜରାଜ ବାଗ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳା ସଂସ୍କୃତି ଓ କଳାକାର ତଥା ଗଣ୍ଡାବଜା କଳାକାର ବଜନିଆଁଙ୍କର ଅ‌ନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣୁଥିବା ଏବଂ କଳାକାରଙ୍କର ହକ୍ ଅଧିକାର ପାଇଁ ସରକାରଙ୍କ ପାଖରେ ଦାବୀ ଜଣାଇ ଆସୁଥିବା ମଧୁମୟ କଳା ସଙ୍ଗଠନର ସଦସ୍ୟଙ୍କ ସାହାଯ୍ୟ ସହଯୋଗ କ୍ରମେ ଆଜି ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ଡଭା ଗ୍ରାମପଞ୍ଚାୟତ ଏବଂ ଛୋଟଅନକି ଗ୍ରାମପଞ୍ଚାୟତର ସମସ୍ତ ଗଣ୍ଡାବଜା କଳାକାର ବଜନିଆଁଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଲକ୍ଷେଘର ଗଣ୍ଡା ସମାଜ ଝାରବନ୍ଧ ବ୍ଲକର କାର୍ୟ୍ୟକାରୀ ସଭାପତି ଭୋଜରାଜ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କର ହକ୍ ଅଧିକାରକୁ ସରକାରଙ୍କ ପାଖରେ ଦାବୀ ଜଣାଇବେ ବୋଲି କହିଥିଲେ ଏବଂ ଗଣ୍ଡାବଜା କଳାକାର ବଜନିଆଁଙ୍କ ଦୁଃଖସୁଖରେ ସବୁବେଳେ ଚିରସାଥୀ ହୋଇ କଳାକାର ମାନଙ୍କର ସରକାରୀ ସ୍ତରରେ ଚିହ୍ନଟ ତଥା କଳାକାର ଭତ୍ତା ପାଇଁ ସଂଗ୍ରାମ ଜାରି ରହିବ ବୋଲି ଶ୍ରୀ ବାଗ ଅଭିଭାଷଣ ରଖିଥିଲେ । ଉକ୍ତ ସଭାକୁ ମଧୁମୟ କଳା ସଙ୍ଗଠନର ଅଧ୍ୟକ୍ଷ ମୋତିଲାଲ ବାଗ ସଞ୍ଚାଳନ କରିଥିବା ବେଳେ ସମାଜସେବୀ ସରୋଜ ସୁନା, ରଥୁରାମ ଦୀପ ଏବଂ ରଶ୍ମିରଂଜନ ସୁନା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କଳା ଓ କଳାକାରମାନଙ୍କର ଜୀବନ ଜୀବିକା ବିଷୟରେ ମତ ପ୍ରଦାନ କରିଥିଲେ । ଛୋଟଅନକି ଏବଂ ଡଭା ଗ୍ରାମର ଗଣ୍ଡାବଜା କଳାକାର ବଜନିଆଁଙ୍କ ଦ୍ବାରା ଗଣ୍ଡାବଜାର ସ୍ଥିତି ଓ ଅବସ୍ଥିତି ବିଷୟରେ ଆଜି ବୈଠକରେ ଆଲୋଚନା ହୋଇଥିଲା । ଡଭା ଗ୍ରାମପଞ୍ଚାୟତ ପାଇଁ ଡୋରିଲାଲ କଲେତ, ଶଙ୍କର ମହାନନ୍ଦ ଏବଂ ଛୋଟଅନକି ଗ୍ରାମପଞ୍ଚାୟତ ପାଇଁ ଟିକେଲାଲ କଲେତ, ଜୀବନ କୁମ୍ଭାରଙ୍କୁ ପଞ୍ଚୟତ ସଂଯୋଜକ ଭାବେ ଦାୟୀତ୍ବ ପ୍ରଦାନ କରାଯାଇଛି । ବିଲାସପୁର ଗ୍ରାମପଞ୍ଚାୟତର ସଂଯୋଜକ ଭ୍ରମର କୁମ୍ଭାର, ମଣି ଛତର ଏବଂ ଗୋଠୁଗୁଡା ଗ୍ରାମପଞ୍ଚାୟତ ସଂଯୋଜକ ରବିରତନ ତାଣ୍ଡି ଏବଂ ଯୁବ ସଂଚାର ବାୟକ ହର୍ଷବର୍ଦ୍ଧନ ଲୁହାର, କଳାକାର ବୃନ୍ଦାବନ ତାଣ୍ଡି, ନାରେନ ଭୋସାଗର ଉକ୍ତ ବୈଠକକୁ ସାଫଳ୍ୟ ମଣ୍ଡିତ କରିବା ପାଇଁ ସହଯୋଗ କରିଥିଲେ । ଶେଷରେ ସଙ୍ଗଠନର ସମ୍ପାଦକ ଜଗନ୍ନାଥ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.