ଧାମରା ସଂଘ ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଧାମରା ସଂଘ ପକ୍ଷରୁ ଦୁଇ ଦିନିଆ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ସଫଳତାର ସହ ସମାପ୍ତ ହୋଇଯାଇଛି । ସାଧାରଣ ଜ୍ଞାନରେ ୫୭, ଚିତ୍ରାଙ୍କନରେ ୧୧୭, ସଂଗୀତରେ ୬୪ ଓ ନୃତ୍ୟ ପ୍ରତିଯୋଗିତାରେ ୧୩୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଧାମରା ସଂଘର ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକ, ଜଗନ୍ନାଥ ରାଉତ ଓ ଶ୍ରୀମତୀ ନିରୁପମା ପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା । ଆସନ୍ତା ୨୦୨୩ ମସିହା ମକର ସଂକ୍ରାନ୍ତିରେ ହେବାକୁ ଥିବା ଧାମରା ସଂଘର ବାର୍ଷିକ ଉତ୍ସବରେ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ପଞ୍ଚାନନ ମଲ୍ଲିକ, ଗୀତାରାଣୀ ବେହେରା, ବବି ମହାଳିକ, ରେଣୁବାଳା ବିଶୋଇ, ସ୍ୱରାଜ୍ୟ ପରିଡା, ସନ୍ଦୀପ ଦାଶ, ମାନସୀ ମହାପାତ୍ର ଓ ଗୌତମ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.