ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥା ଉପରେ ଆୟକର ବିଭାଗର ଚଢ଼ାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟକର ଫାଙ୍କି ଅଭିଯୋଗରେ ଏକ ସଂସ୍ଥା ଉପରେ ଆଇଟି ରେଡ୍‌ ଚାଲିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥା ଉପରେ ଚଢ଼ାଉ ହୋଇଛି । ତେବେ ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ରାୟଗଡ଼ାରେ ତଥା ,କୋଲକାତା ଓ ରାଞ୍ଚିରେ ମଧ୍ୟ ଆୟକର ବିଭାଗର ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ସଂସ୍ଥାର ଏକାଧିକ ଡାଇରେକ୍ଟର ଓ ଏମ୍‌ଡିଙ୍କ ଘରେ ରେଡ୍ ଚାଲିଥିବା ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.