centurian jitm

ବୁବେଲ ଗ୍ରାମର ଚାଷୀ ରମେଶ ଭୋଇ ଆତ୍ମହତ୍ୟା ଘଟଣା : ଭାରତୀୟ କିସାନ ସଂଘର କ୍ଷେତ୍ର ପରଦର୍ଶନ ଓ ପରିବାରବର୍ଗଙ୍କୁ ସାନ୍ତ୍ୱନା

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁବେଲ ଗ୍ରାମର ଚାଷୀ ରମେଶ ଭୋଇ ଆତ୍ମହତ୍ୟା ଘଟଣାରେ ଭାରତୀୟ କିସାନ ସଂଘ ପକ୍ଷରୁ କ୍ଷେତ୍ର ପରଦର୍ଶନ ସହ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦିଆଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ଅତି ପରିତାପର ବିଷୟ ଯେ, ବୁବେଲ ଗ୍ରାମର ଜଣେ ଯୁବଚାଷୀ, ଉଦ୍ୟୋଗୀ ଚାଷୀ, ନିଜ ଚାଷ ଜମିରେ ଚାଷ କରି ତଥା ଭାଗଚାଷୀ ଭାବରେ କିଛି ଚାଷ କରି ତାଙ୍କ ଛୋଟ ପରିବାର ସ୍ତ୍ରୀ କ୍ଷିରୋଦ୍ରୀ, ପୁଅ ଚନ୍ଦନ ଓ ସାନ ଝିଅକୁ ନେଇ ବଞ୍ଚିବାର ଭରସା କରିଥିଲା କିନ୍ତୁ ଚକଡା ପୋକ ଓ ଅନ୍ୟାନ୍ୟ ପୋକ ଜମିକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ସହ କୃଷି ବିଭାଗର କୌଣସି ସହଯୋଗର ଅଭାବ ପୁଣି ଜଳସେଚନର ଅଭାବ ହେତୁ ଚାଷ ଉଜୁଡି ଥିବା ଚାଷୀ ଜୀବନ ବହୁତ ବାଧିବା ଦ୍ୱାରା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ଆମ ଜାଣିବାରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ କୋର୍ପରେଟ ବ୍ୟାଙ୍କରୁ ତଥା ପାଖଆଖ ଲୋକଙ୍କଠାରୁ ଋଣ କରିଛନ୍ତି । ବ୍ୟାଙ୍କକ ଅଫ୍‌ ଇଣ୍ଡିଆର ଲୋକ ତାଙ୍କୁ ବାରମ୍ବାର ଋଣ ପରିଷୋଦ ପାଇଁ ଚାପ ପକାଇ ଥିବା ଶୁଣାଯାଏ । ତା. ୧୭.୧୧.୨୦୨୧୩ ସ୍ୱର୍ଗତ ଆତ୍ମାଙ୍କ ତେଲ ଦିନ ଭାରତୀୟ କିସାନ ସଂଘ ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକୃଷ୍ଣ ମେହେର, ଜିଲ୍ଲା ସଭାପତି ଡ. ଶଶୀଭୁଷଣ ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାମ ଚନ୍ଦ୍ର ବିଶ୍ୱାଳ, ବ୍ଲକ ସଭାପତି ଶ୍ରୀକର ପଧାନ ଓ ଅନ୍ୟମାନେ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହ କ୍ଷେତ୍ର ପରିଦର୍ଶନ କରିଥିଲେ । ଭାରତୀୟ କିସାନ ସଂଘ ତରଫରୁ ଶ୍ରୀମତୀ ଭୋଇଙ୍କୁ ଆଶ୍ୱାସନ ଦେବା ସହ କିଛି ଆର୍ଥକ ସହଯୋଗ କରିଥିଲେ । କ୍ଷେତ୍ର ପ୍ରଦର୍ଶନ ପରେ ବିଭାଗୀୟ ଅଧିକାରୀଙ୍କୁ ଭେଟ ହେଲା ଯାହା ଜଣାପଡେ ବିଭାଗୀୟ ଅଧିକାରୀ ତଥା ଭିଏଡବ୍ଲୁ ଚାଷୀ କିମ୍ବା ଚାଷଜମିକୁ ଦେଖି ନାହାନ୍ତି । ବର୍ତ୍ତମାନ ଯେତେ ଚେଷ୍ଟା କଲେ ମଧ୍ୟ ଅମଳ ଖର୍ଚ୍ଚ ବାହାରିବ ନାହିଁ । ତହିଁରେ କୃଷି ଅଧିକାରୀ ଡିଣ୍ଡିମ ପିଟିବା ବଡ କଷ୍ଟ ଦାୟକ । ପୁଣି ଏ ଅଞ୍ଚଳରେ ଜଳସେଚନର ସମ୍ପୂର୍ଣ୍ଣ ଅସୁବିଧା ଅଛି । ପାଖରେ ଗାଡିଆ ଯୋର ଯାଇଛି । ଠିକ ଭାବରେ ତହିଁର ପାଣିକୁ ଯଦି ବ୍ୟବହାର ହୁଏ, ହୁଏତ ଜଳସେଚନ ପାଇ ପ୍ରାୟ ଶହେ ଏକଡ ବଞ୍ଚି ଯାଇପାରିବ । କିନ୍ତୁ ଠିକ ସ୍ଥାନ (ଉଚ୍ଚ ସ୍ଥାନର ଗୋକୁଳ ଭୋଇଙ୍କ ଜାଗାରେ) ବ୍ୟାରେଜ କଲେ କାମ ଦେବ । କିନ୍ତୁ ତଳକୁ ବ୍ୟାରେଜ ବା କ୍ରସବଣ୍ଡ କରିବା ହେତୁ କିଛି କାମ ଦେଇନାହିଁ ବୋଲି ସଂଘ କହିଛ । ପ୍ରକାଶ ଥାଉକି ଚାଷୀ କିମ୍ବା ଚାଷୀ ସଂଗଠନ ସହ ସମ୍ପର୍କ ରଖି କାମ କରିଥିଲେ ଏ ଅସୁବିଧା ହେଇ ନ ଥାନ୍ତା । ପ୍ରଶାସନିକ ଅବହେଳା, ଚାଷୀ କିମ୍ବା ଚାଷୀ ସଂଗଠନକୁ ଦୂରରେ ରଖିବା, ଚାଷୀ ସଂଗଠନର ମତାମତକୁ ବୃକ୍ଷେପ ନ କରିବା, କୌଣସି ଚାଷୀ ସରକାର ଯୋଜନାର ବାହାରେ ରହିବା ବହୁତ କଷ୍ଟ ଦାୟକ । ପୁଣି ସ୍ୱର୍ଗତ ରମେଶ ଭୋଇ ପ୍ରଧାନମନ୍ତ୍ରୀ କିସାନ ସମ୍ମନିଧି ଯୋଜନା କିମ୍ବା କାଳିଆ ଯୋଜନାର ଅନ୍ତର୍ଭୂକ୍ତ ହୋଇ ନାହାନ୍ତି । ଏହା ଏକ ବଡ ପ୍ରଶ୍ନ । ସ୍ୱର୍ଗତ ରମେଶ ଭୋଇ ଚାଷୀ ଜାତିକୁ ଚେତେଇ ଦେବା ସଙ୍ଗେ ସଙ୍ଗେ ସରକାରକୁ ଚେତାବନୀ ଦେଇଛନ୍ତି ଯଥା ବ୍ଲକରେ ଜଳସେଚନ ବ୍ୟବସ୍ଥାମାନ ସରକାର ଚାଷୀମାନଙ୍କୁ ସ୍ୱୀକୃତି ପ୍ରାପ୍ତ କୃଷକ ସଂଘ ସହ ବାର୍ତ୍ତାଳାପ କରି ପଦକ୍ଷେପ ଗୁଡିକ ନିଅନ୍ତୁ ନତୁବା ଆଗାମୀ ଦିନରେ ସ୍ୱର୍ଗତ ଭୋଇ ପରି ଅନେକ କାହାଣୀ ମିଳିବ ବୋଲି ସଂଘ କହିଛି । ତା’ ବାହାରେ ସେ ଅଞ୍ଚଳରେ ଉକ୍ରୃଷ୍ଟ ଚାଷର ଅଭାବରେ ଚାଷୀମାନେ ବଡ କଷ୍ଟରେ ଜୀବନଯାପନ କରୁଛନ୍ତି ବୋଲି କହିବା ସହ ତାଙ୍କ ପାଇଁ ସରକାର ସଚେତ ହେବାକୁ ଭାରତୀୟ କିସାନ ସଂଘ ପକ୍ଷରୁ ଦାବୀ କରାଯାଇଛି ।

Leave A Reply

Your email address will not be published.