ରେଳ ଲାଇନ୍‌ରେ ମହିଳାଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଧିନସ୍ଥ କୁଇକେଡ଼ା ପଞ୍ଚାୟତ କମରଲଗା ନିକଟସ୍ଥ ରେଲୱେ ଲାଇନରେ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି । ମହିଳା ଜଣକ ସ୍ଥାନୀୟ ପଞ୍ଚାୟତର ପତ୍ରାପାଲି ଗାଁର ଗୀତାଞ୍ଜଳି ଭାଟି ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ସେ କିଛି ବର୍ଷ ଆଗରୁ ମୁରିବାହାଲ ଥାନା ଅଧିନସ୍ଥ ଅତରଲା ଗାଁରେ ବିବାହ କରିଥିଲେ । ପାରିବାରିକ କଲହରୁ ଗତକାଲି ଗୀତାଞ୍ଜଳି ରେଲ୍‌ୱେ ଲାଇନ ନିକଟକୁ ଆସି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବଲାଙ୍ଗିର ରେଲୱେ ପୋଲିସ ଆସି ଶବକୁ ଜବତ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.