କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୋଛାପଡା ଥାନା ଅଞ୍ଚଳରେ ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ ଲାଗିଛି । ସୂଚନାରୁ ପ୍ରକାଶ ଯେ, ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲର ଶିକ୍ଷକ ଶାରୀରିକ ସମ୍ପର୍କ ରଖି ଏବେ ପୋଲିସ ହାଜତରେ ଥିବା ଜଣାପଡିଛି । ଗତ ୨୧ ନଭେମ୍ବର ୨୦୨୫ ରିଖ ଦିନ ଫୁଲବାଣୀକୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜୈନିକ ଛାତ୍ରୀଙ୍କୁ ବିଜ୍ଞାନ ମେଳା ଫୁଲବାଣୀକୁ ଧରି ଯାଇଥିଲେ ଓ ଫେରିବା ବେଳେ ସନ୍ଧ୍ୟା ହୋଇ ଯାଇଥିବାରୁ ନିର୍ଜନ ଜଙ୍ଗଲ ଦେଖି ଶିକ୍ଷକ କୁନୁ ଭୋଇ ଛାତ୍ରୀକୁ ଅଶାଳୀନ ବ୍ୟବହାର କରିବା ସହ ଅନିଚ୍ଛା ସତ୍ତ୍ୱେ ତା ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ତାକୁ ନେଇ ଡରାଇ ଧମକାଇ ଘରେ ଛାଡିଥିଲେ । ଏମିତି ସ୍କୁଲରେ ମଧ୍ୟ କେତେଥର ଡାକି ଖରାପ ବ୍ୟବହାର କରିବା ସହ ସମୁଦାୟ ୬ଥର ଶାରୀରିକ ସମ୍ପର୍କ ରଖିଥିବା ବିଷୟ ଜୈନକ ନାବାଳିକା ପ୍ରକାଶ କରିଛି । ଶେଷରେ ସେ ସ୍କୁଲକୁ ଯିବାକୁ ରାଜିହୋଇ ନ ହେବାରୁ ଘରେ ମା’ ବାରମ୍ବାର ପଚାରିଲା ପରେ ଶେଷରେ ମା’କୁ ସମସ୍ତ ବିଷୟ କହିଥିଲା । ପରିବାର ପକ୍ଷରୁ ସୋମବାର ଗୋଛାପଡା ଥାନାରେ ଏତଲା ଦେଲାପରେ ଗୋଛାପଡା ପୋଲିସ ସମ୍ପୃକ୍ତ ଶିକ୍ଷକ କୁନୁ ଭୋଇକୁ ଆଣି ଥାନାରେ ପଚରା ଉଚରା କରୁଛି । ଏଠାରେ ପ୍ରଶ୍ନ ଉଠୁଛି ରକ୍ଷକ ଯଦି ଭକ୍ଷକ ସାଜିବ ତେବେ କାହାକୁ ଭରସା କରିବା । ଯେଉଁ ଶିକ୍ଷକ ଭରସାରେ ଅଭିଭାବକ ତାଙ୍କ ପିଲାଙ୍କୁ ଛାଡ଼ୁଛନ୍ତି ସେ ଯଦି ପିଶାଚ ସାଜିବ କାହାକୁ କହିବା ବୋଲି ଅଭିଭାବକ ମହଲରେ ପ୍ରଶ୍ନ ଉଠୁଛି ।
Prev Post
Next Post