oom

ଆଦ୍ୟାଶକ୍ତି ନାରୀ ସଂଗଠନର ଅଷ୍ଟମ ପ୍ରତିଷ୍ଠା ସମାରୋହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ମହିଳା ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନର ଅଷ୍ଟମ ପ୍ରତିଷ୍ଠା ଦିବସ ଟାଉନ ବାଳିକା ବିଦ୍ୟାଳୟଠାରେ କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପାର୍ବଣରେ ଶିକ୍ଷାବିତ୍‌ କୁମୁଦିନୀ ମିଶ୍ର ମୁଖ୍ୟ ଅତିଥି, ବିଶିଷ୍ଟ ଲେଖିକା ଏଲୋରା ମିଶ୍ର ମୁଖ୍ୟବକ୍ତା, ଅନୁଷ୍ଠାନର ପ୍ରତିଷ୍ଠାତା ସଭ୍ୟ ମଦନ ମୋହନ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନାରୀ ଭିତରେ ଅନେକ ଶକ୍ତି ସାମର୍ଥ୍ୟ ରହିଛି ତାକୁ ଯଦି ଆଧ୍ୟତ୍ମିକତା ମଧ୍ୟରେ ନେଇ କାର୍ଯ୍ୟରେ ରୁପାନ୍ତର କରି ପାରିଲେ ସମାଜ ସୁଧିରିବା ସହିତ ନାରୀ ଜାଗରଣ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସଂପାଦିକା ମାଳତୀ ଉଦ୍‌ଗାତା ବିବରଣୀ ପାଠ କରିବା ସହିତ ଅନୁଷ୍ଠାନର ଆଭିମୁଖ୍ୟ ବ୍ୟକ୍ତ କରିଥିଲେ । ସଭା ଆରମ୍ଭରେ କବିତା ମିଶ୍ର ଅତିଥିମାଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ପ୍ରିୟା ମିଶ୍ର ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି ଶୁଭ ବେଳାରେ ୧୭ଥର ରକ୍ତଦାନ କରିଥିବା ମୋହନ ଅଗ୍ରୱାଲଙ୍କୁ ସମ୍ମାନିତ କରାଯାଇଥିଲା । ପୂର୍ବରୁ ହୋଇଥିବା ହୁଳହୁଳି, ବଲଟେକିଙ୍ଗ, ଗ୍ଲାସପିରାମିଡ, ଡ୍ରଇଂ ଓ ପ୍ରବଂଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଆରମ୍ଭରେ କୁଇଜ ପ୍ରତିଯୋଗିତା କବି ରତ୍ନମୟ ତ୍ରିପାଠୀ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜ୍ୟୋତିରାଣୀ ମିଶ୍ର, ନିହାରିକା ମିଶ୍ର, ଆରତୀ ଗୁରୁ, ତପସ୍ୱିନୀ ପଶାୟତ, ସନ୍ଧ୍ୟାରାଣୀ ପଣ୍ଡା, ସଂଯୁକ୍ତା ମିଶ୍ର, ଜୟରାମ ମିଶ୍ର, କପିଳ ପତି, ହୃଷୀକେଶ ପୁରୋହିତ, ପ୍ରେମଚାନ୍ଦ ମହାନ୍ତି, ଧିରେନ୍ଦ୍ର ନାରାୟଣ ସିଂଦେଓ, ଗୋଦାବରିଶ ରଥ, ପ୍ରଦୀପ ପଶାୟତ, ଅରୁଣ ଖୁଆସ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବିଜୟଲକ୍ଷ୍ମୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.