- ସିଆଇଏସ୍ସିଇ ଜାତୀୟ କରାଟେରେ ଭାଗ ନେବେ ସାନଭି ଓ ଅଭିଳାଷା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସ୍ଥିତ ସେନ୍ଟ ଆନେସ ସ୍କୁଲରେ ସିଆଇଏସ୍ସିଇ ରିଓଜୋନାଲ ସ୍ତରୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ଅଭିଳାଷା ଚୈାଧୁରୀ ଅଣ୍ଡର ୧୪ ବର୍ଷ ବାଳିକା ୨୪-୨୬ କେଜି କୁମିତେ ବିଭାଗରେ ସ୍ୱର୍ଣ୍ଣ ପଦକ ଓ ସାନଭି ପ୍ରଧାନ ଅଣ୍ଡର ୧୪ ବର୍ଷ ୩୮-୪୨ କେଜି କୁମିତେ ବାଳିକା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ମାସରେ ବେଙ୍ଗଲୋରରେ ହେବାକୁ ଥିବା ସିଆଇଏସ୍ସିଆଇ ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଓଡିଶାରୁ ଅଭିଳାଷା ଓ ସାନଭୀ ଭାଗ ନେବେ ବୋଲି ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସମ୍ପାଦକ ତଥା ଇଣ୍ଟରନେସନାଲ କରାଟେ ମାଷ୍ଟର ଅସୀମ କୁମାର ଭୋଇ ସୂଚନା ଦେଇଛନ୍ତି । ଏହି ରେଜୋନାଲ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭୁବନେଶ୍ୱର, ରାଉରକେଲା, ଝାରସୁଗୁଡା ଓ ବଲାଙ୍ଗିର ଜୋନର ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରକାଶ ଥାଉ କି ସାନଭି ଓ ଅଭିଳାଷା କୋଚ୍ ଅସୀମ ଭୋଇଙ୍କ ଠାରେ କରାଟେ ପ୍ରଶିକ୍ଷଣ ନେଉଛନ୍ତି ।