ଉତ୍କଳ ଦିବସ ପରିପ୍ରେକ୍ଷୀରେ ସାହିତ୍ୟ ଉତ୍ସବ ଓ ଆସର

ସାକ୍ଷୀଗୋପାଳ, (କେପିଏନ୍‌ଏସ୍‌) : ମାଟିର ମହକ ଓ ବନ୍ଦନା ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି ମଠସାହିର ଖଜୁରୀଶ୍ୱର ମନ୍ଦିର ପାଶ୍ୱ ବନ୍ଦନା ନିବାସ ଠାରେ । ଉକ୍ତ ସ୍ଥାନରେ ସାହିତ୍ୟ ସଭା ସହ କବିତା ଆସର ହୋଇଥିଲା ଯେଉଁଥିରେ ସଭାପତିତ୍ୱ କରିଥିଲେ ବନ୍ଦନା ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ରନାଥ ଷଢଙ୍ଗୀ ଏବଂ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ ସତ୍ୟଭାମା ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡ. ଦେବୀ ପ୍ରସାଦ ମହାପାତ୍ର । ସଂଯୁକ୍ତା ନନ୍ଦ, ବନ୍ଦନା ମହାପାତ୍ର, ପ୍ରମିଳା ପଟ୍ଟନାୟକ, ମଧୁସ୍ମିତା ସାହୁ, ସୁନନ୍ଦା ମହାନ୍ତି, ନିବେଦିତା ନିବେଦିତା ପଲେଇ, ସଂଜୁଲତା ମହାନ୍ତି ପଟ୍ଟନାୟକ, କୃପାନିଧି ପ୍ରଧାନ, ରଂଜନ ମିଶ୍ର, ରାଧାକୃଷ୍ଣ ପ୍ରଧାନୀ, ନିରଂଜନ ସାମନ୍ତରାୟ ଓ ସଂପୂର୍ଣ୍ଣନନ୍ଦ ମିଶ୍ର ସମେତ ପଚାଶ ଜଣରୁ ଅଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । କବିତା ସଂଯୋଜନା କରିଥିଲେ ଯୋଗେଶ୍ୱର ପ୍ରହରାଜ । ମାଟିର ମହକ ଅନୁଷ୍ଠାନର ସମ୍ପାଦକ ମାନସ ରଂଜନ ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା ।

Leave A Reply

Your email address will not be published.