ତହଁକ୍ କୁଟୁମ୍‌ର ଝକେର୍ ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଶ୍ରାବଣର ଝରି ବର୍ଷା କବି ମାନଙ୍କ ପୁଳକିତ ଓ ରୋମାଞ୍ଚିତ କରେ, କବି ଲେଖନୀ ଚାଳନା କରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରି । ଗର୍ନ୍ଧମାର୍ଦ୍ଦନର ପାଦ ଦେଶରେ କବି ଗାନ କରୁଥିଲେ ମାଁ ମାଟିର ମହକକୁ ନେଇ ଅନେକ କବିତା । ତହଁକ୍‌ ସାହିତ୍ୟ କୁଟୁମ୍‌ ଆଉ ଗର୍ନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ମିଳିତ, ହରିଶଙ୍କର ଶାଖା ଆନୁକୁଲ୍ୟରେ କୋସଲି ଭାସାର ସୁରକ୍ଷା ପାଇଁ ଝକେର୍‌ କୋସଲି କବିତା ଆସର ହରିଶଙ୍କର ପିଠ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରୁ ବିଶିଷ୍ଟ କୋସଲି ଗବେଷକ ନିମାଇଁ ଚରଣ ପାଣିଗ୍ରାହୀଙ୍କ ଉଦ୍ଧେଶ୍ୟରେ ଗୋଟିଏ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇ ତାଙ୍କ ନାମରେ ମଂଚ ସମର୍ପଣ କରାଯାଇଥିଲା । ଏହି ଅବସରରେ କବି ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗର୍ନ୍ଧମାର୍ଦ୍ଦନ ସୁରକ୍ଷା କମିଟିର ସଦସ୍ୟ ଥବିର ମେହେର, ସମାଜ ସେବୀ ସୁଶୀଲ କୁମାର ଗୁରୁ, ସାମ୍ବାଦିକ ଅଭୟ ତ୍ରିପାଠୀ, ବନାଞ୍ଚଳ ଅଧିକରୀ ଅରବିନ୍ଦ ନାଏକ୍, କବି ବିରଞ୍ଚିନାରାୟଣ ଦାସ, ସାମ୍ବାଦିକ ପ୍ରବିଣ ପୁରୋହିତ, ଗୋପୀନାଥ ଦଣ୍ଡସେନା ଅତିଥି ଭାବରେ ଯୋଗଦେଇ ଗର୍ନ୍ଧମାର୍ଦ୍ଦନ ଅଂଚଳକୁ ଜୀବିକା ଦେବା ସହ ଏହାର ଔଷଧିୟ ବନରାଜି ଗବେଷକ ମାନଙ୍କୁ ଗବେଷଣା କରିବାରେ ପେରଣା ଦେଇଥାଏ । ଏହି ଅବସରରେ ବିଶିଷ୍ଟ ସମାଜସେବୀ, କୋସଲି ଭାଷା ପ୍ରେମି ସୁଶୀଲ କୁମାର ଗୁରୁଙ୍କୁ ତହଁକ୍‌ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦିଲ୍ଲୀପ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ, ସମ୍ପାଦକ ରାଜେଶ ଦଣ୍ଡସେନା ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । ସଭାକୁ ମୂଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ସଂଯୋଜନା କରିଥିଲେ । କବିତା ଆସରକୁ ଅକୃର ବାଗ, ଦୁର୍ବାଦଳ କ୍ଷେତି, ପୁଷ୍ପାଞ୍ଜଳି ମେହେର, ଆହ୍ଲାଦିନୀ ପାଣିଗ୍ରାହୀ ଦାସ, ସୁଦେସ୍ନା ମିଶ୍ର ସଂଯୋଜନା କରିଥିଲେ । ବଲାଙ୍ଗିର, ବରଗଡ, ନୂଆପଡ଼ା ଜିଲ୍ଲାରୁ ଶତାଧିକ କବି ଯୋଗଦେଇ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ରାଜିବ ଭୋଇ, ରବିନ୍ଦ୍ର ସାହୁ, ଗରିବ ମଲ୍ଲିକ, ଗୋପାଳ ମେହେର, ଧର୍ମେନ୍ଦ୍ର ପ୍ରଧାନ, ସ୍ୱପ୍ନିକା ସାହୁ, ନିକିତା ସା, ଗୋବର୍ଦ୍ଧନ ନାଏକ, ରାଜେଶ ଶର୍ମା, ଯଶୋବନ୍ତ କୁମ୍ଭାର, ରୋଶନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.