ତାମ୍ପରା କୂଳରେ ବିଜେଡିର ପ୍ରସ୍ତୁତି ଆସର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶାସକ ବିଜେଡି ଦଳ ଏବେ ତରବରିଆ ଭାବେ ଦଳୀୟ ସଂଗଠନକୁ ସଜାଡ଼ିବାରେ ବ୍ୟସ୍ତ ବିବ୍ରତ ହୋଇପଡିଛି । ଶାସକ ବିଜେଡ଼ିର ମୂଳ ହୃତପିଣ୍ଡ ସ୍ୱରୂପ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବୋଲି କୁହାଯାଏ । ଛତ୍ରପୁର ମହକୁମାଠାରୁ ମାତ୍ର ଅଢ଼େଇ କିମି ଦୂରରେ ପଡ଼େ ମଧୁର ଜଳ ହ୍ରଦ “ତାମ୍ପରା” । ଏଠାରେ ତାମ୍ପରାର ସୁଲୁସୁଲିଆ ବାଆର ବାତାବରଣ ସମସ୍ତଙ୍କ ମନକୁ ହରଣ କରି ନେଇଥାଏ । ସେଥି ଲାଗି ବିଜେଡ଼ି ଦଳୀୟ ଗୋପନୀୟ ବୈଠକ, ସଭା ଆସର ପାଇଁ ଏହି ସ୍ଥାନକୁ ସର୍ବଦା ବାଛି ନେଇ ଆସିଛି । ଏହିଠାରେ ସବୁ ପ୍ରକାର ଭାବେ ସବୁ କରାମତି, ନେତା / ଦକ୍ଷକର୍ମୀକୁ ମନେଇବା, ସ୍ୱରୂପ ଦଳୀୟ ସଂଗଠନର ଚିନ୍ତାଧାରାକୁ ସଜାଇବାକୁ ବହୁଥର କରି ବୈଠକ ମିଳନ ହେବାର ଏକ ଉପଯୁକ୍ତ ସ୍ଥଳ ଶାସକଦଳ ବାଛି ନେଇଛି । ସମ୍ପ୍ରତି ଯେଉଁଠି କି କେନ୍ଦ୍ରର ମୋଦୀ ସରକାରଙ୍କ ୩୩କୋଟି ଟଙ୍କାର ଅନୁଦାନରେ ହୋଇଥିବା ଭାରତର ଏବେ ଅନ୍ୟତମ ପର୍ଯ୍ୟଟନ ସ୍ଥଳ “ତାମ୍ପରା” ମଧୁରଜଳ ହ୍ରଦରେ ଅନେକ ଥର ବିଜେଡିର ବନ୍ଧୁମିଳନ, ସଭାସମିତି ହେବା ଏକ ସ୍ୱାଭାବିକ ହୋଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସୁନ୍ଦର ସୁଶୋଭିତ ବନାନୀ, ମଧୁର ଜଳ ଓ ଜଳ କ୍ରୀଡା ଉଦ୍ୟାନର ଅନନ୍ୟ ସମାହାରର ଏକ ଉପଯୁକ୍ତ ସ୍ଥଳ ଭାବେ ଏବେ ଭାରତରେ ଏହି ସ୍ଥାନ ଏକ ସ୍ୱତନ୍ତ୍ର ଭାବେ ଚିହ୍ନଟ ହୋଇଛି । ଆଜି ସେହି ସ୍ଥାନକୁ ବିଜେଡ଼ି ଗୋପନୀୟ ବୈଠକ, ବିଜେଡ଼ିର ବନ୍ଧୁ ଅତିଥିଙ୍କ ସୌଜନ୍ୟମୂଳକ ସାକ୍ଷାତ ମିଳନ, ଗେଟ- ଟୁ- ଗେଦର ଆଜି ଆୟୋଜନ କରିଥାଏ । ଶାସକ ବିଜେଡିର ରାଜ୍ୟସ୍ତରୀୟ ଅତିଥିଙ୍କୁ ଏଠାକୁ ଆମନ୍ତ୍ରିତ ହୋଇଥିଲେ । ସେହି ଅତିଥୀଙ୍କୁ ନେଇ ଜିଲ୍ଲା ନେତ୍ତୃବର୍ଗ ବସି ଆଲୋଚନା ଆଳାପ କରି ଖୁସି, ମଜା, ଆମୋଦ, ପ୍ରମୋଦ ଆଦି କରି ଖୁସିରେ ଘରକୁ ନେତ୍ତୃବର୍ଗ, ବୃନ୍ଦ ଫେରିଥିଲେ । ରବିବାର ସନ୍ଧ୍ୟାରେ ବଡ଼ ବଡ଼ ନେତ୍ତୃବର୍ଗଙ୍କ ସମେଳନ ହୋଇଥିଲା । ଦଳୀୟ ସଂଗଠନର ଦୃଢ଼ୀକରଣ ଦିଗରେ ଆଲୋଚନା ହୋଇଥିଲା । ଯାହାକି ଆଗାମୀ ଦିନରେ ସାଧାରଣ ନିର୍ବାଚନକୁ ଭିତ୍ତି କରି ଅନେକ ଗୋପନୀୟ ତଥ୍ୟକୁ ନେଇ ଆଲୋଚନା ହୋଇଥିବା ଦେଖାଯାଇଥିଲା । ଏହି ମିଳନ ସଭା ବୈଠକରେ ମିଡିଆବନ୍ଧୁଙ୍କୁ ସ୍ୱତନ୍ତ୍ରଭାବେ ନିମନ୍ତ୍ରଣ ହୋଇନ ଥିଲେ ମଧ୍ୟ ଉପସ୍ଥିତ ହୋଇଥିବା ସ୍ୱଳ୍ପସଂଖ୍ୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ କିନ୍ତୁ ନେତାମାନେ ସାଧୁବାଦ ଦେଇଥିବା କୁହାଯାଏ । ଗୋପବନ୍ଧୁ ଦାସ, ସାଂସଦ ମାନସ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟି.ରାଜେଶ୍ୱରୀ ଦୋରା ବହୁ ନେତ୍ତୃବର୍ଗ, ଆଞ୍ଚଳିକ ନେତା, କର୍ମୀ ସମେତ ପ୍ରାୟସବୁ ଦୁଇଶହ ବିଜେଡ଼ି ଦଳୀୟ ଲୋକଙ୍କର ଆଲୋଚନା ଆଳାପ ହୋଇଥିଲା ।

Leave A Reply

Your email address will not be published.