ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତନଗରୀର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ଉପସଭାପତି ଡ. ସନାତନ ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରଏସପିର ପ୍ରାକ୍ତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି, ପ୍ରଜ୍ଞା ପୁରୁଷ ଚିତ୍ତରଞ୍ଜନ ଦାସଙ୍କ ସଂପର୍କରେ ଆଲୋଚକ ଭାବେ ଡ. ପ୍ରଶାନ୍ତ ମହାରଣା ଓ ସମ୍ମାନିତ ଅତିଥି ଭାବେ ରାଉରକେଲା କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଆଲୋଚକ ଡ. ମହାରଣା ଚିତ୍ତରଞ୍ଜନଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରି କହିଲେ ଯେ, ସେ ଥିଲେ ବାସ୍ତବବାଦୀ । ସେ କେବଳ ପ୍ରାବନ୍ଧିକ ବା ଶିକ୍ଷାବିତ୍ ନଥିଲେ ଥିଲେ ଜଣେ ହୃଦୟବାନ ବ୍ୟକ୍ତିତ୍ୱ । ତାଙ୍କ ଦ୍ୱାରା ସୃଷ୍ଟି କାଳଜୟୀ ହୋଇ ଭାଷାସାହିତ୍ୟକୁ ରୁଦ୍ଦିମନ୍ତ କରିଛି । ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କୁ ସାରସ୍ୱତ ଜଗତର ଅଗ୍ରଣୀ ଯୋଦ୍ଧା ଭାବେ ଅବହିତ କରିବା ସହ ତାଙ୍କର ଆଲୌକିକ ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଶ୍ରୀମତୀ ପ୍ରଧାନ ‘ମନ୍ଦାର ଗଛତଳେ ବସିଥିବା ସେଇ ଝିଅଟି’ ଶୀର୍ଷକ ଗଳ୍ପ ପାଠ କରିଥିଲେ । ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଗଳ୍ପଟିକୁ ସମୀକ୍ଷା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ନିରୁପମା ପତି ଓ ଗୌତମ ଦାସଙ୍କ ସଂଯୋଜନାରେ କୁଞ୍ଜବିହାରୀ ରାଉତ, ରବୀନ୍ଦ୍ର ନାଥ ମହାନ୍ତି, ସାଗର ମହାନ୍ତି, ତ୍ରିଲୋଚନ ସ୍ୱାଇଁ, ପ୍ରତାପରୁଦ୍ର ତ୍ରିପାଠୀ, ଆଶୁତୋଷ ତ୍ରିପାଠୀ, ଅଶୋକ ପଟ୍ଟନାୟକ, ବ୍ରଜେନ୍ଦ୍ର ଦାଶ, ଉପେନ୍ଦ୍ର ବସ୍ତିଆ, ପ୍ରଶାନ୍ତ ମହାରଣା, କରୁଣାକର ପାଟ୍ଟଶାଣୀ ଓ ସଂଯୋଜକ ଦ୍ୱୟ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଆବାହକ ଡ. ପ୍ରଧାନ ପ୍ରାରମ୍ଭିକ ସୂଚନା ସହ ଅନୁଷ୍ଠାନର ସାହିତ୍ୟ ପ୍ରତି ପ୍ରତିବଦ୍ଧତା ସଂପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ଶତପଥୀ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସଭାପତିତ୍ୱ ଅଭିଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଅଭୟ କୁମାର ଦାସ, ଭୂପେନ ମହାପାତ୍ର, ଜୟଶ୍ରୀ ଦାସ, ଜଗନ୍ନାଥ ରାଉତ, ଦିବାକର ଦାସ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ଗଙ୍ଗାଧର ପାଢୀ, ତାରିଣୀ ଚରଣ ସାହୁ, ରାଧାକାନ୍ତ ମିଶ୍ର, ଡା. ବସନ୍ତ କୁମାର ଦାସ, ଡା. କୃପାସିନ୍ଧୁ ନାୟକ, ନୀନାରାଣୀ ଜେନା, ସାବିନା ମହନ୍ତ, ପଞ୍ଚାନନ ପାତ୍ର, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.