oom

ଆଧାର ସେଣ୍ଟର ଅନିୟମିତତା ହେଉ ଥିବାରୁ ଲୋକେ ଅସନ୍ତୋଷ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ଦ୍ଵାରା ପରିଚାଳିତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ଆଧାର କାର୍ଡ ବର୍ତ୍ତମାନ ସମୟରେ ସମସ୍ତ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଯେଉଁ ମାନଙ୍କର ଆଧାର କାର୍ଡ ନାହିଁ ସେମାନେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରୁ ବଞ୍ଚିତ ହେଉଛନ୍ତି, ଏଥିପାଇଁ ସରକାର ବିଭିନ୍ନ ସମୟରେ ଆଧାର କାର୍ଡ ନୂତନ କରିବା ଓ ଅପ୍‌ଡେଟ୍‌ କରିବା ପାଇଁ ଶିବିର ମାନେ କରୁଛନ୍ତି ଏହି ଲୋକାଭିମୁଖୀ ଯୋଜନା ସମସ୍ତଙ୍କ ପାଖକୁ ପହଂଚି ପାରୁନାହିଁ ବର୍ତ୍ତମାନ ସମୟରେ ଓଡିଶା ସରକାରଙ୍କର ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଅନେକ ମହିଳା ମାନେ ନିଜ ଆଧାର କାର୍ଡ ସହିତ ଫୋନ୍‌ ନମ୍ବର ଯୋଗ କରୁଛନ୍ତି ଏଥିପାଇଁ ଦଲାଲ ମାନେ ଆଧାର କେନ୍ଦ୍ର ଖୋଲି କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି । ଏପରି ଏକ ଆଧାର କେନ୍ଦ୍ର ପଦ୍ମପୁର ସ୍ଥିତ ମହୁଲପାଲି ଠାରେ ସୁନୀଲ ସାହୁ ନାମକ ଜଣେ ଯୁବକ ଦୀର୍ଘ ୫ରୁ ୭ ବର୍ଷ ଧରି ଖୋଲି ସରକାରଙ୍କର ନିୟମକୁ ଉଲଂଘନ କରି ଗୋଟିଏ ଆଧାର କାର୍ଡକୁ ପଚାସ ଟଙ୍କା ନେବା ପରିବର୍ତ୍ତେ ଅଢ଼େଇ ଶହରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି ଏବଂ ରସିଦ ମଧ୍ୟ କାହାକୁ ଦେଉନାହାନ୍ତି । ଏଣୁ ଅନେକ ପାଠ ପଢା ଛୁଆ ଓ ଗରିବ ପରିବାର ବୁଢାବୁଢ଼ୀ ମାନେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ଓ ଦଲାଲ ମାଲେମାଲ ହେଉଛନ୍ତି ଏଣୁ ଦୀର୍ଘ ବର୍ଷ ଧରି ପଦ୍ମପୁର ନିକଟରେ ଏପରି ବେଆଇନ କାର୍ଯ୍ୟହେଉ ଥିବା କିପରି ଉପଜିଲ୍ଲାପାଳ ଓ ଗୋଠୀ ଉନ୍ନୟନ ଅଧିକାରୀ ଜାଣିପାରୁ ନାହାନ୍ତି ତାହା ଲୋକଙ୍କର ମନରେ ଅନେକ ପ୍ରଶ୍ନଉଠୁଛି ଏଣୁ ତୁରନ୍ତ ଜିଲ୍ଲାପ୍ରଶାସନ ଆଧାର କେନ୍ଦ୍ର ଓ ଦୋଷୀ ବିରୁଦ୍ଧରେ ଉଚିତ୍‌ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ମାନେ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.