କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ତରଫରୁ ଦୁଆରସନୀ ଗ୍ରାମ ପଞ୍ଚାୟତରେ ଆର୍ଥିକ ସଚେତନତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହକାରୀ ନିର୍ଦ୍ଦେଶକ ଜିଲ୍ଲା ଆର୍ଥିକ ସେବା ଓ ସ୍ୱଳ୍ପ ସଞ୍ଚୟ ବିବେକାନନ୍ଦ ମହାନନ୍ଦ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ବିଭିନ୍ନ ସ୍ଵଳ୍ପ ସଞ୍ଚୟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଭବାନୀପାଟଣା କୃଷ୍ଣ ପ୍ରସନ୍ନ ପଣ୍ଡା ଯୋଗଦେଇ ଆର୍ଥିକ ସଚେତନତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଦିଗରେ ଚିଟଫଣ୍ଡ କମ୍ପାନୀରେ ଟଙ୍କା ବିନିଯୋଗ କରିବାର ଅପକାରିତା, ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ଜୀବନ ବୀମା, ଅଟଳ ପେନସନ ଯୋଜନା ବିଷୟରେ ଆଲୋକପାତ କରିଥିଲେ ।ଏଥିରେ ମିଶନଶକ୍ତି ମଣ୍ଡଳୀ ଓ ଅଙ୍ଗନବାଡି କର୍ମକର୍ତ୍ତା କର୍ମୀ ଯୋଗ ଦେଇଥିଲେ ।
Prev Post