ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

ସୋର : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ତୁଣ୍ଡରା ଛକରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି । ସୂଚନା ଅନୁଯାୟୀ, ତୁଣ୍ଡୁରା ଗ୍ରାମର ପ୍ରଦୀପ କୁମାର ବାରିକ ତାଙ୍କ ବାପାଙ୍କୁ ବାଲେଶ୍ୱର ରେଳ ଷ୍ଟେସନକୁ ଆଣିବାକୁ ଯାଉଥିବା ବେଳେ ଜୟଦେବ କଷବା ନିକଟରେ ଏକ ଗାଡ଼ି ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ପ୍ରଦୀପ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି ।

Leave A Reply

Your email address will not be published.