
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଖେଳ ଶିକ୍ଷକ ସୌରଭ ପଧାନ ଛାତ୍ରମାନଙ୍କୁ ଏରୋବିକ୍ ମାଧ୍ୟମରେ ସାମୁହିକ ବ୍ୟାୟାମ କରାଉଛନ୍ତି । ଛାତ୍ରମାନେ ଉଲ୍ଲାସର ସହିତ ଆଧୁନିକ ସଙ୍ଗୀତର ତାଳରେ ବ୍ୟାୟାମ କରୁଛନ୍ତି । ଏହା ତାଙ୍କ ଶରୀର ଏବଂ ମନକୁ ପ୍ରଫୁଲ୍ଲିତ କରିବାରେ ବିଶେଷ ଭାବରେ ସହାୟକ ହୋଇପାରିଛି ।