ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନର ସେବା ହିଁ ନାରାୟଣ ସେବା । ଭୀମ ଭୋଇ ସରକାରୀ ଡାକ୍ତରଖାନାକୁ ପ୍ରତିଦିନ ଶହ ଶହ ରୋଗୀ ଆସନ୍ତି । ସେମାନଙ୍କ ସହିତ ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ମଧ୍ୟ ଆସିଥାନ୍ତି । ସରକାରୀ ଖାଦ୍ୟ କେନ୍ଦ୍ର ରବିବାର ଦିନ ବନ୍ଦ ରୁହେ , ତେଣୁ ବଲାଙ୍ଗିରର ଅଗ୍ରଣୀ ସମାଜିକ ସଂସ୍ଥା ସହଯୋଗ ଫାଉଣ୍ଡେସନ ଆଜିଠାରୁ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଆରମ୍ଭ କରିଛି ଯେଉଁଥିରେ ପ୍ରତି ରବିବାର ଭାତ ଏବଂ ଡାଲମା ଦିଆଯିବ । ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଭୀମ ଭୋଇ ସରକାରୀ ଡାକ୍ତରଖାନାର ସହକାରୀ ଅଧୀକ୍ଷକ ଡାକ୍ତର ମୁରଲୀଧର ପାଣିଗ୍ରାହୀ ଯୋଗ ଦେଇଥିଲେ । ମନୋଜ ଅଗ୍ରୱାଲଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜେଶ ଅଗ୍ରୱାଲ, ଆର୍ତ୍ତତ୍ରାଣ ପାଢ଼ୀ, ରୁକ୍ମା ଅଗ୍ରୱାଲ, ନୟନ ତାର ଅଗ୍ରୱାଲ, ସାନ୍ତୋଷ ଲାଲ, ଡକ୍ଟର ପଞ୍ଚାନନ ପ୍ରଧାନ, ପିୟୁଷ ଅଗ୍ରୱାଲ, ରାମ ନାରାୟଣ ଦାସ, ପରେଶ ଅଗ୍ରୱାଲ, ଅବ୍‌ନିଶ ଅଗ୍ରୱାଲ, କେଦାର ଅଗ୍ରୱାଲ, ରାମ ଅବତାର ଅଗ୍ରୱାଲ, ସୁଶାନ୍ତ ପାତ୍ର, ମହାବୀର ମିଶ୍ର, ଟୁନା ମିଶ୍ର, ସାନ୍ତୋଷ ପୁଷ୍ଟି, ତୁଫାନ୍ ବାଗ, ସୁଦୀପ୍ତ ତ୍ରିପାଠୀ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଏବଂ ଅନିଲ ମୋଦୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତେ ଯୋଡି ହେବା ପାଇଁ ସଂଗଠନର ସମ୍ପାଦିକା ପିଙ୍କି ମୋଦୀ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.