ସାଉନ୍ତେଇ ଦେବୀଙ୍କ ଠାରେ ନବାନ୍ନ ଅର୍ପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାଉନ୍ତପୁର ଗ୍ରାମର ମାଁ ସାଉନ୍ତେଇ ଦେବୀ ମନ୍ଦିର ଠାରେ ଗତ କାଲି ନବାନ୍ନ ଭୋଗ ଲାଗିହୋଇଛି । ଏଥିରେ ମାଁଙ୍କ ପୂଜକ ମାଣିକ ଥନାପତି ଓ ତାଙ୍କ ସହଯୋଗୀମାନେ ଭୋଗ ତିଆରି କରିଥିଲେ । ନୂଆଁ ଧାନରେ ଖିରି, କାକରା ପିଠା ଓ ଅନ୍ୟାନ୍ୟ ବ୍ୟଞ୍ଜନ ଭୋଗ ପ୍ରସ୍ତୁତ କରି ମାଁଙ୍କ ଠାରେ ନୂଆଁ ଲାଗିଥିଲା । ମନ୍ଦିରରେ ପୂଜା ପାଉଥିବା ପାଶ୍ୱର୍ ଦେବାଦେବୀଙ୍କ ଠାରେ ମଧ୍ୟ ନବାନ୍ନ ଅର୍ପଣ କରାଯାଇଛି । ଏହା ଏକ ପରଂପରା ସ୍ୱତନ୍ତ୍ର ଯେ ଏହି ଦିନ ମାଁଙ୍କ ନିକଟରେ ନୂଆଁ ଲାଗିି ହୋଇଥାଏ ପରେ ପରେ ଏହାକୁ ବିସର୍ଜନ କରାଯାଇଥାଏ କିନ୍ତୁ ଗାଁର ସମସ୍ତ ଜନସାଧାରଣ ଏହି ଦିନ ନୂଆଁଖାଇ ପାଳନ କରିନଥାନ୍ତି । ଆସନ୍ତା ୨୮ ତାରିଖରେ ସମସ୍ତେ ନୁଆଁ ଖାଇବେ ।

jittmm
Leave A Reply

Your email address will not be published.