ପିଏମ୍‌ ଶ୍ରୀ ଅନସ୍ଲୋ ହାଇସ୍କୁଲରେ ପ୍ରବେଶିକା ତଥା ଖଡ଼ି ଛୁଆଁ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପିଏମ୍‌ ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଡମ୍ବରର ସହକାରେ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଆରମ୍ଭ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏବଂ ପଣ୍ଡିତ ବିଦ୍ୟାଧର ଦାଶଙ୍କ ବେଦମନ୍ତ୍ର ଉଚ୍ଚାରଣ ସାଂଗକୁ ଶ୍ରୀ ଗଣେଶ ବନ୍ଦନା ସହ ନୂତନ ଭାବେ ବିଦ୍ୟାଳୟରେ ପ୍ରବେଶିକା ଆରମ୍ଭ ସହ ପାରମ୍ପରିକ ଓଡ଼ିଆ ପଦ୍ଧତିରେ ଖଡ଼ି ଛୁଆଇଁ ବିଦ୍ୟାରମ୍ଭ କରାଯାଇଛି । ସର୍ବୋପରି ବିଦ୍ୟାଳୟରେ ଶିଶୁ ବାଟିକାରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ, ପଣ୍ଡିତ ସାର ଏବଂ ଶିକ୍ଷକ ଦିଲ୍ଲୀପ ପଲେଇ ପ୍ରମୁଖଙ୍କ ନେତ୍ତୃତ୍ୱରେ ଖଡ଼ି ଛୁଆଇଁ ସାମୂହିକ ଭାବେ ବିଦ୍ୟାରମ୍ଭ କରାଇଥିଲେ । ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ସାରା ରାଜ୍ୟରେ ପ୍ରବେଶ ଉତ୍ସବ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଆଡମ୍ବର ଓ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପିଏମ୍‌ ଶ୍ରୀ ଅନସ୍ଲୋ ସରକାରୀ ବିଦ୍ୟାଳୟରେ ପ୍ରବେଶିକା ସହ ବିଦ୍ୟାଳୟର ନୂତନ ଆଡମିଶନର ଶୁଭାରମ୍ଭ ହୋଇଛି । ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି କାର୍ଯ୍ୟରେ ସକ୍ରୀୟ ସହଯୋଗରେ ସୁରୁଖୁରେ ସମ୍ପାଦିତ ହୋଇ ଆସୁଅଛି ।

Leave A Reply

Your email address will not be published.