କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକରେ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମର ପଚିଶ ଦିନ ପୂର୍ତ୍ତି ଅବସରରେ ସମସ୍ତ ବିଦ୍ୟାଳୟରେ ମଧ୍ୟ ଅବଧି ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିବସରେ ତୃତୀୟ ଶ୍ରେଣୀରେ ଓଡ଼ିଆ ଭାଷା ଓ ଚତୁର୍ଥ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ ପରୀକ୍ଷା ହୋଇଥିଲା । କରୋନା ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ଥିବାରୁ ଶିକ୍ଷା ବାଧାପ୍ରାପ୍ତ ହୋଇଥିଲା । ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପଚାଶ ଦିନରେ ଶହେଟି ପିରିୟଡ଼ ନିର୍ଦ୍ଧାରିତ ହୋଇଛି । ଆଜି ପ୍ରଥମ ଦିନରେ ଫକୀର ଚରଣ ବିଶି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ତୁରେକେଲା କ୍ଲଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶ, ତୁରେକେଲା କ୍ଲଷ୍ଟର ଅନ୍ତର୍ଗତ ତୁରେକେଲା ଉଚ୍ଚ ବିଦ୍ୟାଳୟ, ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବାଞ୍ଜିପାଲି ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।
Prev Post