ଲାଠୋରରେ ଆମ୍ବେଦକର ପାଠଶାଳା ଆରମ୍ଭ

ଲାଠୋର, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଲାଠୋର ସଦର ଗ୍ରାମରେ ସାବିତ୍ରୀ ବାଇ, ଆମ୍ବେଦକର, ବିର୍ସାମୁଣ୍ଡା ସାମାଜିକ ପରିବର୍ତ୍ତନ ଅନୁଷ୍ଠାନ(ସାବାସ) ପକ୍ଷରୁ ମଙ୍ଗଳବାର ଦିନଠାରୁ ଆମ୍ବେଦକର ପାଠଶାଳା ଆରମ୍ଭ ହୋଇଯାଇଛି । ଲାଠୋର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆରମ୍ଭ ହୋଇଥିବା ଆମ୍ବେଦକର ପାଠଶାଳାରେ ଦଳିତ ଆଦିବାସୀ ଅବହେଳିତ ଛାତ୍ରଛାତ୍ରୀମାନେ କିପରି ନିୟମିତ ଗୁଣାତ୍ମକ ଶିକ୍ଷା ପାଇବେ ସେଥିପ୍ରତି ଏହା ପ୍ରଥମ ପ୍ରୟାସ ରହିଛି । ଅନେକ ଶିଶୁ ପାଠପଢାରୁ ମୁହଁ ଫେରାଉଥିବା ବେଳେ ସେହି ଶିଶୁମାନଙ୍କୁ ମାଗଣାରେ ଶିକ୍ଷା ଦେବା ପାଇଁ ଏକ ପ୍ରୟାସ ଆରମ୍ଭ କରାଯାଉଛି ବୋଲି ଅନୁଷ୍ଠାନର ସକ୍ରିୟ ସଦସ୍ୟ ବିଶ୍ୱହରି ନାଗ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.