ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମର ଭଳିବଲ ପଡିଆ ପୂଜା କମିଟି ଦ୍ୱାରା ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ମା’ ଶ୍ୟାମାକାଳୀଙ୍କ ପୂଜା ଏଠାରେ ଦୀର୍ଘ ୭ ବର୍ଷ ଧରି ହୋଇଆସୁଛି । ଏଥିପାଇଁ ସମଗ୍ର ଅଗସ୍ତିନୂଆଗାଁ ଗ୍ରାମ ସହ ଆଖପାଖ ଗାଁ ଉତ୍ସବମୁଖର ହୋଇଛି । ପ୍ରତ୍ୟେକ ଦିନ ମା’ଙ୍କ ଅଭିନବ ରୂପ ଦର୍ଶନ ସାଙ୍ଗକୁ ସନ୍ଧ୍ୟା ଆଳତି, ବାହ୍ୟ କୁମ୍ଭ ପୂଜା, ହୋମ ଇତ୍ୟାଦି ପୂଜାବିଧି କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁସାରେ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ଏହି ଅବସରରେ ମଧ୍ୟାହ୍ନରେ ଋଷିକୁଲ୍ୟା ନଦୀରୁ କଳସଯାତ୍ରା କରି ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।