ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅଞ୍ଚଳରୁ ଅପହୃତ ଜନୈକା ନାବାଳିକାକୁ ପୋଲିସ ସିକନ୍ଦରାବାଦରୁ ଉଦ୍ଧାର କରିବା ସହିତ ଅପହରଣକାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଲୋଇସିଂହା ଥାନା ଵେନ୍ଦ୍ରା ପଞ୍ଚାୟତ ଅନ୍ତର୍ଗତ ଧଉରଦାଦର ଗ୍ରାମର ଗୋପୀନାଥ ଘେଶରାଙ୍କ ପୁଅ ବିନୋଦ(୨୯) । ସୂଚନା ଯୋଗ୍ୟ ଯେ ଲୋଇସିଂହା ଅଞ୍ଚଳର ଯୁକ୍ତ ୨ ରେ ପଢ଼ୁଥିବା ଜନୈକା ନାବାଳିକାକୁ ନେଇ କିଛିଦିନ ତଳେ ବିନୋଦ ଫେରାର ହୋଇଯାଇଥିଲା । ଏ ନେଇ ନାବାଳିକାଙ୍କ ପରିବାର ଲୋକେ ତାଙ୍କ ଝିଅକୁ ଅପହରଣ କରାଯିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ପୋଲିସର ଏକ ସ୍ଵତନ୍ତ୍ର ଟିମ ସୁଦୂର ସିକନ୍ଦରାବାଦରେ ଚଢାଉ କରି ନାବାଳିକାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ବିନୋଦକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାଯାଇଛି ।