oom

ଚଳିତ ଶିକ୍ଷା ବର୍ଷର ଦ୍ଵିତୀୟ ମାସିକ ବୈଠକ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର୍ ବ୍ଲକ୍ ଅନ୍ତର୍ଗତ ସମସ୍ତ ୫-ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ମାସିକ ସମୀକ୍ଷା ବୈଠକ ରାଜ ବୋଡ଼ାସମ୍ବର୍ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍କୁଲର ଛାତ୍ର ତଥା ସମସ୍ତ କର୍ମଚାରୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ଲୋକନାଥ ଭୋଇ ଶ୍ରୀ ଗଣେଶ ଓ ମା’ ସରସ୍ଵତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରି ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭା ଆରମ୍ଭ କରିଥିଲେ । ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଗୋପାଳଜୀ ପ୍ରାସାଦ ପାଣିଗ୍ରାହୀ, ରାଜବୋଡ଼ାସମ୍ବର୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଲୋଭାଦିନୀ ସାହୁ, ଜମରତଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ ଖମାରୀ ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷୟତ୍ରୀ ସୁଶ୍ରୀ ପ୍ରୀତିରଶ୍ମୀ ସେଠ୍ ଅତିଥି ପରିଚୟ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ସଭାରେ ଗତ ଶିକ୍ଷାବର୍ଷର ଦଶମ ଶ୍ରେଣୀ ପରୀକ୍ଷାଫଳର ବିଶ୍ଲେଷଣ, ସ୍କୁଲ ୟୁନିଫର୍ମ ସଂଗ୍ରହଣ, ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତାର ସର୍ବେକ୍ଷଣ, କ୍ଲବ୍ କ୍ରିୟାକଳାପ, ଇ. ଲାଇବ୍ରେରୀ ଓ ୟୁଡିଆଇଏସ୍‌ଇ+ ଉପରେ ସବିଶେଷ ଆଲୋଚନା ହୋଇଥିଲା । ଶ୍ରୀଯୁକ୍ତ ଭୋଇ ସ୍ମାର୍ଟ କ୍ଲାସରୁମ୍‌ରେ ଛାତ୍ରମାନଙ୍କ ସହ ଆଲୋଚନା କରିବା ସହ ଇ. ଲାଇବ୍ରେରୀ, କମ୍ପ୍ୟୁଟର ଲାବୋରୋଟରୀ ପରିଦର୍ଶନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜବୋଡ଼ାସମ୍ବର୍ ବ୍ଲକ ଅନ୍ତର୍ଗତ ସମସ୍ତ ୨୯ଟି ୫-ଟି ସ୍କୁଲର ପ୍ରଧାନଶିକ୍ଷକ ମାନେ ଏହି ସମୀକ୍ଷା ବୈଠକରେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ରେଣୁଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.