ls

ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

sb

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ମ.ରାମପୁର ବିଜୁ କାଲ୍ୟାଣ ମଣ୍ଡପ ଠାରେ ଆଜି ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ମ.ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ, ଡେପୁଟି ଡାଇରେକ୍ଟର ଶ୍ରୀକାନ୍ତ ଦଳେଇ, ନିତୀ ଆୟୋଗ ୟୁଥ୍ ପ୍ରଫେସନାଲ୍‌ ମନୁଜ୍ ଯୋଶୀ, ବ୍ଲକ୍ ଉପାଧ୍ୟକ୍ଷ ଶମ୍ଭୁ ଭୂଷଣ ପଧାନ, ଯୋଗ ଦେଇଥିଲେ । ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ସଭା କାର୍ଯ୍ୟ ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଅତିଥିମାନେ ବିଭିନ୍ନ ବିଭାଗ ତରଫରୁ ଖୋଲା ଯାଇଥିବା ଷ୍ଟଲ୍ ପରିଦର୍ଶନ କରିଥିଲେ । ଅତିଥିମାନେ ପୂଜାର୍ଚ୍ଚନା କରିବା ପରେ ଏହି ସମ୍ପର୍କ ଉପରେ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ପରେ ଶପଥ ପାଠ କରାଇଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ପ୍ରାରମ୍ଭରେ ସି. ଡି. ପି. ଓ ପୁଷ୍ପାଞ୍ଜଳି ଦାସ, ଡାକ୍ତର ଶୈଳଜ ନନ୍ଦନ ମିଶ୍ର, ବ୍ଲକ୍ କୃଷି ଅଧିକାରୀ ଜ୍ଞାନେଶ୍ୱରୀ ବିନ୍ଧାଣି, ମିଶନ ଶକ୍ତି ବ୍ଲକ୍ ସଂଯୋଜକ ସତ୍ୟବାନ ସାହୁ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ହେଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଏ. ଇ. ଇ. ବଲ୍‌ବିନ୍ଦର ସିଂ ଯାଦବ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୁଳମଣି ସିଂ ରାୟ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ, ସାମାଜିକ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ, ସହଯୋଗ କରିଥିଲେ ।

pc pk
Leave A Reply

Your email address will not be published.