ଆଧ୍ୟାତ୍ମିକ ଚିନ୍ତା ଧାରା ବିଷୟରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ବିଦ୍ୟାଳୟର ପ୍ରକୋଷ୍ଠରେ ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ମଧୁବନ ରାଜସ୍ଥାନ, ଆଧ୍ୟାତ୍ମିକ ଚିନ୍ତା ଧାରା ବିଷୟରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ବିଦ୍ୟାଳୟର ପ୍ରକୋଷ୍ଠରେ ସଭା ଅନୁଷ୍ଠିତ ହୋଇଯାଇଥିଲା । ଏହି ସଭାରେ ବି.କେ.ତପନ କୁମାର, ବି.କେ.ସୁରୁ,ବି.କେ. ସୁଧାକର(ବଲାଙ୍ଗିର)ବି.କେ.ବ୍ରଜ କୁମାର ମହାନ୍ତି ପ୍ରମୁଖ ମୁଖ୍ୟ ଥିଲେ । ବିଷୟ ବସ୍ତୁ ହେଲା ମନୁଷ୍ୟ ଜୀବନର ଲକ୍ଷ୍ୟ କଣ, ଆପଣ ଆତ୍ମା ଅଟନ୍ତି, ନିରାକାର ପରମାତ୍ମା ଏବଂ ତାଙ୍କର ଦିବ୍ୟଗୁଣ, ସଂସ୍କାର, ମେଡି ଟେସନ, ଆତ୍ମାର ସତଗତି କିପରି ହେଇପାରିବ ତା ବିଷୟରେ ଆଲୋକପାତ କରିଥିଲେ । ଏହି ସଭାରେ ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଜ୍ୟୋତିର୍ମୟୀ ପଟ୍ଟନାୟକ, ବବିତା ବେହେରା, ନିରୁପମା ସାହୁ, ସୁଦାମ ପାଣ୍ଡେ, ଯଶୋବନ୍ତ ସାହା, ଶିବମ ନାଏକ, ଛବିଲାଲ୍ ସେଠ୍, ରଜତ କୁମାର ସାହୁ, ଲଳିତ କୁମାର ବିଶ୍ଵାଳ, ଅମିତ୍ ସାହୁ, ମନୋଜ ସାହୁ, ସ୍ଵାଧୀନ, ମୀନା କୁମାରୀ ଦାସ ସହଯୋଗ କରିଥିଲେ । ଡ଼ ଦ୍ଵାଦଶ କୁମାର ପଧାନ ମଞ୍ଚ ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.