oom

ଫାଇଲେରିଆ ନିରାକରଣ ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ

jsmm
  • “ଷ୍ଟପ ଡାଇରିଆ ଅଭିଯାନ”

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାରେ ଫାଇଲେରିଆ ନିରାକରଣ ନିମନ୍ତେ ଆସନ୍ତା ଅଗଷ୍ଟ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୁହିକ ଓଷଧ ସେବନ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲାପାଳ ମନୋଜ ମହାଜନଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ସଦଭାବନା ଭବନଠାରେ ଜିଲ୍ଲା ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସବୁ ବିଭାଗର ମିଳିତ ସହଯୋଗ ଏବଂ ତତ୍ତ୍ଵାବଧାନରେ ଏହି ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ମହାଜନ ନିର୍ଦ୍ଦେଶ ରହିଛି । ସେହିଭଳି ଫାଇଲେରିଆ ନିରାକରଣ ନିମନ୍ତେ ପ୍ରତିଷେଧକ ବଟିକା ସେବନ ଉପରେ ଗୁରୁତ୍ଵାରୋପ କରିଥିଲେ ଏବଂ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଉପରେ ମଧ୍ୟ ଆଲୋଚନା କରିଥିଲେ । ଫାଇଲେରିଆ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ଯାହା ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ । ବିଶ୍ୱବ୍ୟାପୀ ଦୀର୍ଘସୂତ୍ରୀ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଫାଇଲେରିଆସିସ୍ । ସାଧାରଣତଃ ପିଲାଦିନେ ଆକ୍ରାନ୍ତ କରୁଥିବା ଏହି ସଂକ୍ରମଣ ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଥାଏ ଏବଂ ତାହାର ଯଦି ଚିକିତ୍ସା କରାନଯାଏ ତେବେ ଶରୀରର ବିଭିନ୍ନ ଅଂଶରେ ଅସ୍ୱାଭାବିକ ଫୁଲା ସୃଷ୍ଟି କରିଥାଏ, ଯାହା ପୂର୍ବାବସ୍ଥାକୁ ଫେରାଇ ଅଣାଯାଇପାରିବ ନାହିଁ । ଫାଇଲେରିଆସିସରେ ଆକ୍ରାନ୍ତ ଲୋକମାନେ ଅନେକ ସମୟରେ ହାଇଡ୍ରୋସିଲ (ଅଣ୍ଡକୋଷ ଫୁଲିବା), ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗ ଫୁଲିବା) ଏବଂ ଚାଇଲୁରିଆ (ଇଷତ୍ ଦୁଗ ରଙ୍ଗର ପରିସ୍ରା) ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ପରିସ୍ଥିତି ଲିମ୍ଫାଟିକ ଫାଇଲେରିଆସିସରେ ଆକ୍ରାନ୍ତ ଲୋକଙ୍କର ଜୀବିକା, ସୁବିଧା ସୁଯୋଗ ଏବଂ କାର୍ଯ୍ୟ କରିବାର ସାମର୍ଥ୍ୟକୁ ବିଶେଷ ଭାବେ ପ୍ରଭାବିତ କରିଥାଏ । ସେହିଭଳି ଡାଇରିଆ ନିରାକରଣ ନିମନ୍ତେ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ମନୋଜ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଡାଇରିଆ ନିରାକରଣ ନିମନ୍ତେ ‘ଷ୍ଟପ ଡାଇରିଆ ଅଭିଯାନ’ ଟି ଜୁନ ୧୬ରୁ ଆରମ୍ଭ ହୋଇ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଏହାର ଶୀର୍ଷକ ରହିଛି ” ଡାଇରିଆକୁ କିପରି ରୋକିବା ଜାଣ, ସ୍ୱଚ୍ଛତା ସହ ଓ ଆର୍ ଏସ ଉପରେ ରଖିବା ଧ୍ୟାନ” । ବୈଠକରେ ଡାଇରିଆର କାରଣ ଏବଂ ନିରାକରଣ ଉପରେ ଆଲୋଚନା କରାଯାଇଥିଲା । ସ୍ୱଚ୍ଛ ପାନୀୟ ଜଳ ବ୍ୟବହାର କରିବା, ପାଣିକୁ ଫୁଟେଇ ପିଇବା, ନିଜ ଆଖପାଖ ପରିଷ୍କାର ପରିଚ୍ଛନ୍ନ ରଖିବା, ଖୋଲାରେ ମଳ ତ୍ୟାଗ କରିବା ନାହିଁ, ପାଇଖାନା ବ୍ୟବହାର କରିବା, ହାତ ଧୋଇବା ଅଭ୍ୟାସ ରଖିବା, ବାହାରର ଅପରିଷ୍କାର ଖାଦ୍ୟ ଖାଇବା ନାହିଁ, ଓ ଆର୍ ଏସ ଏବଂ ଜିଙ୍କ ଟାବଲେଟ ବ୍ୟବହାର କରିବା ଆଦି ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଉପରେ ଆଲୋଚନା କରାଯାଇଥିଲା । ଏହି ଅଭିଯାନ ଅନ୍ତର୍ଗତ ସମସ୍ତ ଗ୍ରାମ ଏବଂ ପଡ଼ା ଗୁଡ଼ିକର ସମସ୍ତ ଘର ଗୁଡିକରେ ଓ ଆର୍ ଏସ ପ୍ୟାକେଟ ଏବଂ ଜିଙ୍କ୍ ଟାବଲେଟ ବଣ୍ଟନ କରାଯିବ । ଅଙ୍ଗନୱାଡ଼ି, ବିଦ୍ୟାଳୟ ଆଦି ମାନଙ୍କରେ ହାତ ଧୋଇବା ଅଭ୍ୟାସ ଆଦି ଉପରେ ଗୁରୁତ୍ଵାରୋପ କରାଯିବ ନେଇ ଆଲୋଚନା କରାଯାଇଥିଲା । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଗୁରୁ ପ୍ରସାଦ ମହାନ୍ତ, ଏଡିପିଏଚଓ (ଭିବିଡି) ଡ଼ା ଭକ୍ତ ମୋହନ ସ୍ୱାଇଁ, ଡିପିଏଚ ଓ ଡ଼ା ଶିବାଶିଷ ମହାରଣା, ଡି ଏମ ଓ (ଏମଏସ) ଡ଼ା ପ୍ରଦୀପ କୁମାର ପ୍ରସାଦ, ଏଡିପିଏଚଓ (ଏଫ୍ ଡବ୍ଲୁ) ଡ଼ା ଚୂଳବତି ସାହୁ, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ, ସମ୍ବଲପୁରରୁ ଡ଼ା ଶ୍ୟାମ ବନ୍ଧୁ ରାଉତ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.