ମାଁ ମାହେଶ୍ୱରୀ ସେନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅଙ୍କରିଆପଦର ଗ୍ରାମ ପଂଚାୟତ ଠାରେ ମାଁ ମାହେଶ୍ୱରୀ ସେନାର ସକ୍ରିୟ ସଦସ୍ୟ ମନୋଜ ଖମାରୀଙ୍କ ଜନ୍ମଦିନ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଫିତାକାଟି ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଅଙ୍କରିଆପଦର ସରପଂଚ ବିବେକାନନ୍ଦ ଖମାରୀ, ପ୍ରଶନ୍ନ ବାରିକ, ସମାଜସେବୀ ସୋମନାଥ ମିଶ୍ର, ବୁଲୁ ମହାକୁର, ପୂର୍ଣ୍ଣଚନ୍ଦ୍ର ଖମାରୀ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ୪ ଜଣ ମହିଳାଙ୍କ ସମେତ ସର୍ବମୋଟ୍‌ ୫୧ ୟୁନିଟ୍‌ ରକ୍ତ ଭୀମଭୋଇ ହସ୍ପିଟାଲ ରକ୍ତଭଣ୍ଡାରର ଟେକ୍ନିସିଆନ୍‌ ଓ କର୍ମାରୀଙ୍କ ଦ୍ୱାରା ସଂଗୃହିତ ହୋଇଥିଲା । ଶ୍ରୀ ଖମାରୀଙ୍କ ଜନ୍ମଦିନରେ ତାଙ୍କ ମାଁ ମଧ୍ୟ ରକ୍ତଦାନ କରିଥିଲେ । ରକ୍ତଦାନ ଶିବିରକୁ ମାଁ ମାହେଶ୍ୱରୀ ସେନାର ସଦସ୍ୟମାନେ ସଫଳ ରୂପେ ପରିଚାଳନା କରିଥିଲେ ।

Leave A Reply

Your email address will not be published.