ବଙ୍ଗୋମୁଣ୍ଡାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଠାରେ ବ୍ଲକ ସଭାପତି ରାଧେଶ୍ୟାମ କେତକୀଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବଙ୍ଗୋମୁଣ୍ଡା ଚାରିଛକରୁ ବିରାଟ ଶୋଭାଯାତ୍ରାରେ ବାହାରି ବଙ୍ଗୋମୁଣ୍ଡା ନଗର ପରିକ୍ରମା କରିବା ପରେ ବଙ୍ଗୋମୁଣ୍ଡା ଆମ୍ବେଦକର ଛକ ଠାରେ ସାଧାରଣସଭା ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ଉପଦେଷ୍ଟା କମିଟିର ସଦସ୍ୟ ତଥା ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ଜଗଦୀଶ ସୁନା ସଂଯୋଜନା କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଲାଳଚନ ପୁଟେଲ, ବଙ୍ଗୋମୁଣ୍ଡା ଜମିଦାର ଶରତ ସିଂ ଭୋଇ, ରାଜ୍ୟ ସଭା ସାଂସଦଙ୍କ ପ୍ରତିନିଧି ମନରଞ୍ଜନ ଭୋଇ, ଜିଲ୍ଲା ପରିଷଦ ପ୍ରାର୍ଥୀ ବିଶ୍ୱରାମ ହିଆଲ ଓ ବହୁ ବିଜେଡି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!