oom

ଯମୁନା ଗ୍ରାମ ସମେତ ମୁରିବାହାଲ ବ୍ଲକର ସମସ୍ତ ମାହେଶ୍ୱରୀ ମନ୍ଦିରରେ ଫାଲ୍‌ଗୁନ ତଥା ଦୋଳ ପୂର୍ଣ୍ଣିମା ଓ ହୋଲିକା ଦହନ ଉତ୍ସବ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମ ସମେତ ବ୍ଲକ ଅଞ୍ଚଳରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମାଁ’ ମାହେଶ୍ୱରୀଙ୍କ ସମସ୍ତ ପୀଠରେ ଚଳିତ ବର୍ଷର ଫାଲ୍‌ଗୁନ ତଥା ଦୋଳ ପୂର୍ଣ୍ଣିମା ଓ ହୋଲିକା ଦହନ ଉତ୍ସବ ରବିବାର ଦିନ ପୀଠ ଗୁଡ଼ିକରେ ଧୁମ୍‌ଧାମ୍‌ର ସହ ପାଳିତ ହୋଇଯାଇଛି । ବିଭିନ୍ନ ରୀତିନୀତି ଅନୁସାରେ ପୀଠଗୁଡ଼ିକରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ହୋଲିକା ଦହନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଗ୍ରାମବାସୀମାନେ ଯୋଗଦେଇ ହୋଲିକା ଦହନ କରିଥିଲେ । ଯମୁନା ମାହେଶ୍ୱରୀ ମନ୍ଦିରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ଦିର ପୂଜକ ରୂପେ ଦୁର୍ଯ୍ୟୋଧନ ପାଣିଗ୍ରାହୀ, ଦେହେରୀ ଭାବେ ପ୍ରକାଶନନ୍ଦ ମହାକୁର, ଜୟରାମ ଥନାପତି, ମୁରଲୀ ମହାକୁର, କୃଷ୍ଣଚନ୍ଦ୍ର ପାତ୍ର, ଡଗର ମହାକୁର, ନେତ୍ରାନନ୍ଦ ମହାକୁର, ସୁଶୀଲ ମେଲ୍ଲି, ଭିକାରୀ ପାତ୍ର, ମଧୁସୂଦନ କର୍ମୀ, ଶିବାନନ୍ଦ ମହାକୁର, ଦିଲ୍ଲୀପ କର୍ଣ୍ଣ, ଉଦ୍ରାଧର ମହାକୁର, ସଚିଦାନନ୍ଦ ମହାକୁର, ବ୍ୟାସଦେବ ପଧାନ, ରମେଶ ପଧାନ, ହିମାଂଶୁ ମହାକୁର, ଭବାନୀ ବଘାର, ମକାରୁ ମହାକୁର, ଶଙ୍କର୍ସଣ କର୍ମୀ, ଗୌତମ ଡାଙ୍ଗ, ରୁଦ୍ରାଧର ପଧାନଙ୍କ ସହ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସେହିପରି ବ୍ଲକର ମୁରିବାହାଲ, ଜାନିପଡା, ବାରବନ୍ଧ, ବାଗବାହାଲି, ଚଣାବାହାଲ ଓ ଦନ୍ଦରା ମାହେେଶ୍ଵରୀ ମନ୍ଦିରଗୁୁଡିକରେ ମଧ୍ୟ ଫାଲ୍‌ଗୁନ ତଥା ଦୋଳ ପୂର୍ଣ୍ଣିମା ଓ ହୋଲିକା ଦହନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।

jittmm
Leave A Reply

Your email address will not be published.