ମାନସିଂହ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ଉନବିଂଶ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଉନବିଂଶ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ଉପଦେଷ୍ଟା ବନବିହାରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଆସରକୁ ପ୍ରାରମ୍ଭ କରିଥିଲେ । ସମ୍ପାଦକ ଲଳିତ କୁମାର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ପ୍ରେମାନନ୍ଦ ବେହେରା ଆସରର ଆଭିମୁଖ୍ୟ ପ୍ରକାଶ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ଏହି ଆସରରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗ ଦେଇ ଓଡ଼ିଆ ସାହିତ୍ୟରେ ମାୟାଧର ମାନସିଂହଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଓଡ଼ିଶାର କୋଣ ଅନୁକୋଣରୁ ୩୦ରୁ ଅଧିକ କବି କବୟିତ୍ରୀ ନିଜ ନିଜର ସ୍ଵରଚିତ କବିତା ପାଠ କରିଥିଲେ । ସଭାପତି ବିଷ୍ଣୁପ୍ରସାଦ ଦଳେଇ ସଭାପତିତ୍ୱ କରିଥିଲେ । କନ୍ଧମାଳ ଜିଲ୍ଲାର ସୁସାହିତ୍ୟିକା ତଥା ଅଧ୍ୟାପିକା ପ୍ରଭାତୀ ପାତ୍ର କବିତାଗୁଡ଼ିକୁ ବେଶ୍ ସୁନ୍ଦର ଭାବେ ସଂଯୋଜନା କରିଥିଲେ । ଶେଷରେ ସଂଯୋଜକ ବିଦ୍ୟାଧର ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଅନୁଷ୍ଠାନର ବିଂଶତମ ଆସର ଆସନ୍ତା ଅଗଷ୍ଟ ୧୦ ତାରିଖରେ ହେବା ନେଇ ସମ୍ପାଦକ ଲଳିତ କୁମାର ସ୍ୱାଇଁ ଘୋଷଣା କରିଥିଲେ ।

Leave A Reply

Your email address will not be published.