ବଲାଙ୍ଗିର ଜିଲ୍ଲାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଅଧିନସ୍ଥ ବଥର୍ଲା ଗାଁରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ୬ ତାରିଖ ଦିନ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପ୍ରତ୍ୟହ ୧୨ ଯୋଡ଼ା ଦମ୍ପତ୍ତି କର୍ତ୍ତା ଭାବେ ପଞ୍ଚକୁଣ୍ଡୀୟ ଯଜ୍ଞରେ ଆହୂତି ପ୍ରଦାନ କରିଥିଲେ । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ଯେ, ଏହି ମନ୍ଦିର ନିର୍ମାଣ ଆରମ୍ଭରୁ ଏକ ହନୁ ମାଙ୍କଡ଼ ଏଠାକୁ ଆସି ବିଭିନ୍ନ ସମୟରେ ମନ୍ଦିର ପରିସରରେ ବିଚରଣ କରୁଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ଏହି ରାମ ମନ୍ଦିର ପରିସରକୁ ଶ୍ରଦ୍ଧାର ସହ ଗ୍ରାମବାସୀମାନେ କପିକ୍ଷେତ୍ର ବଥର୍ଲା ବୋଲି ନାମକରଣ କରିଛନ୍ତି । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଦୀର୍ଘ ୪ଦିନ ଧରି ନାମଯଜ୍ଞ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ସହସ୍ରାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । କାର୍ଯ୍ୟକାରୀ କମିଟିର ସଭାପତି, ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.