ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ (ଏସିଡିସି) ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ଆଗାମୀ କାର୍ଯ୍ୟର ରୂପରେଖ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ବୈଠକର ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡଃ. ପ୍ରମୋଦ କୁମାର ପୃଷ୍ଟି ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ୧୯.୧୧.୨୦୨୪ ତାରିଖରେ ଅନୁଷ୍ଠିତ ପୂର୍ବ ଏସିଡିସି ବୈଠକରେ ଗୃହୀତ ପ୍ରସ୍ତାବ ଗୁଡିକ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟ ବିବରଣୀ ଓ କାର୍ଯ୍ୟନେୁଷ୍ଠାନ ରିପୋର୍ଟ ବିଧାୟକ ଦ୍ୟାନ ସାମନ୍ତରାଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ଅଧିକାରୀମାନଙ୍କୁ କହିଥିଲେ । ପୂର୍ବ ବୈଠକର ନିର୍ଦ୍ଧାରିତ କାର୍ଯ୍ୟ ସମୀକ୍ଷା ପରେ ବିଭାଗ ଭିତ୍ତିକ ଉନ୍ନୟନ ଓ ବିକାଶମୂଳକ କାର୍ଯ୍ୟର ପ୍ରଗତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଧାୟକ ଶ୍ରୀ ସାମନ୍ତରା ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଚିକିଟି ବିଧାନସଭା ମଣ୍ଡଳୀର ସାମଗ୍ରିକ ଉନ୍ନତି ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ ରଖି ଯୋଜନାଗୁଡିକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହାଦ୍ୱାରା ଚିକିଟି ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଏହା ସହିତ ମୁଖ୍ୟ ଉନ୍ନୟନ କାର୍ଯ୍ୟଗୁଡିକର କାର୍ଯ୍ୟାନ୍ୱୟନ ପୂର୍ବରୁ ତାଙ୍କର ପରାମର୍ଶ ନେବାପାଇଁ ସେ ଅଧିକାରୀମାନଙ୍କୁ କହିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ପିଡି, ଡୁଡା ସୁନୀଲ କୁମାର କେର୍କେଟା, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଅବିନାଶ କୁମାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ବିଜୟ କୁମାର ବେହେରା, ଡିଏଫଓ ବ୍ରହ୍ମପୁର, ଯୁଗ୍ମ ନିର୍ଦ୍ଦେଶକ ଅଶୋକ କୁମାର ଦାସ, ସହକାରୀ ନିର୍ଦ୍ଦେଶକ ଜଗନ୍ନାଥ ବିଶ୍ୱାଳ, ଜିଲ୍ଲା ଯୋଜନା ଓ ସଂଯୋଜନା ୟୁନିଟର ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀ ପାୟଲ ଜ୍ୟୋତିଲଗ୍ନା, ଇନ୍ଦ୍ରଜିତ ମଲ୍ଲିକ, ଜିଲ୍ଲା ଓ ସ୍ଥାନୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.