ବଲାଙ୍ଗିର, (କେପିଏନ୍ଏସ୍) : ମକର ସଂକ୍ରାନ୍ତି ତିଥିରେ ବଲାଙ୍ଗିର ଗୋପାଳଜି ମନ୍ଦିର ପରିସରରେ ଥିବା ଗାୟତ୍ରୀ ଶକ୍ତି ପୀଠର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ସହିତ ଦୁଇଟି ପୁଂଶବନ ସଂସ୍କାର ଓ ଦୁଇଟି ଜନ୍ମଦିନ ସଂସ୍କାର କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ବଲାଙ୍ଗିରର ପରିଜନମାନଙ୍କ ସବୁପ୍ରକାର ସହଯୋଗରେ ଅନୁଷ୍ଟିତ ଉତ୍ସବର ଟୋଲିରେ ବରଗଡରୁ ରବିନ୍ଦ୍ର ପ୍ରଧାନ ଭାଇ ବଲାଙ୍ଗିର ଶକ୍ତି ପୀଠର ଦାୟିତ୍ଵରେ ଥିବା ଛବିଳ ବଗର୍ତ୍ତି ଭାଇ ବ୍ୟାସ ରୂପରେ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ । ପାଞ୍ଚୋଟି କୁଣ୍ଡରେ ପରିଜନମାନେ କର୍ତ୍ତାମାନଙ୍କ ସମେତ ଯଜ୍ଞରେ ଆହୁତି ଦେଇଥିଲେ । ଏଠାରେ ମା’ ଗାୟତ୍ରୀଙ୍କ ପୂଜନ ଓ ହବନ ସହିତ ବ୍ୟାସଙ୍କ ପରିଚାଳନା ବ୍ୟାଖ୍ୟା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ସଂସାରର ମଙ୍ଗଳ କାମନା ଓ ସଂସ୍କାର ବାନ ପିଢ଼ି ଗଢ଼ିବା ଦିଗରେ ବିଶ୍ଵ ଗାୟତ୍ରୀ ପାରିବାରର ନିରନ୍ତର ପ୍ରଚେଷ୍ଟା ଜାରି ରହିଛି ।