ଖଇରାରେ ୪୫ ତମ କୁରାଲ ପୂଜା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମରେ ୪୫ତମ କୁରାଲ ପୂଜା ସହ ଅଷ୍ଟପ୍ରହରି ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଧରାମୁଣ୍ଡା ପୋଖରୀରୁ ୧୦୮ କଳସ ଆଣି ପୂଜାସ୍ଥଳରେ ସ୍ଥାପନ କରିଥିଲେ । ପୂଜାରେ କର୍ତା ଭାବେ ରାଜୁ ରଣା ଓ ତାଙ୍କ ସହ ଧର୍ମିଣୀ ଗୀତାଞ୍ଜଳି ରଣା, ନାମଯଜ୍ଞ ରେ ମୁରଲୀ ରଣା ଓ ତାଙ୍କ ସହ ଧର୍ମିଣୀ ଇନ୍ଦ୍ରେ ରଣା ଦାୟିତ୍ୱ ତୁଲାଇ ଥିବାବେଳେ ପୂଜକ ଭାବେ ଦେବାନନ୍ଦ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଏହି ନାମଯଜ୍ଞରେ ଖଇରା, ନେହେନା, ଠାକୁରପାଲି, ଇନ୍ଦା, ଧରନିତୁଢା, କପାଣି ପ୍ରମୁଖ ସଂକୀର୍ତ୍ତନ୍ୟ ଦଳ ସାମିଲ ହୋଇ ପ୍ରଭୁ ନାମ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ନିରଞ୍ଜନ ରଣା, ସମ୍ପାଦକ ସୁଦନ ରଣା, ଭବାନୀ ରଣା, ପଦ୍ମନ ରଣା, ଯଶୋବନ୍ତ ରଣା, ରାମପ୍ରସାଦ ରଣା, ହିରନ ରଣା, ଡୋଳାମଣି ରଣା, ବସୁ ରଣା, ଘନଶ୍ୟାମ ରଣା, ଜୟରାମ ରଣା ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.