ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ଗୁଡୁପାଇଲୋ ଗ୍ରାମରେ ମୋ ଗାଁର ସୁନେଲି ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡୁପାଇଲୋ ପରିସରରେ ପରିବେଶ କର୍ମୀ ତଥା ବରିଷ୍ଠ ଶିକ୍ଷକ ମିଟୁ କିଶୋର ପ୍ରଧାନ ଆଣିଥିବା ନଡ଼ିଆ, ଆମ୍ଵ ଓ ପଣସ ଚାରାକୁ କେନ୍ଦ୍ରୀୟ ଉଦ୍ୟାନ ଗବେଷଣା କେନ୍ଦ୍ର ଆଇଗିଣିଆ ଭୁବନେଶ୍ଵରର ପ୍ରମୁଖ ବୈଜ୍ଞାନିକ ପେଟିକମ୍ ଶ୍ରୀନିବାସ ଓ ବୈଜ୍ଞାନିକ ଦୀପା ସାମନ୍ତଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା । ପରେ ପରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରା, ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡୁପାଇଲୋର ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନଙ୍କୁ ନେଇ ଏକ ପରିବେଶ ସଚେତନତା ରାଲି କରାଯାଇଥିଲା । ଏଥିରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାର ଛାତ୍ରଛାତ୍ରୀମାନେ ପଶୁ, ପକ୍ଷୀ ହୋଇ ଶିକ୍ଷା ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ନାଚଗୀତ ମାଧ୍ୟମରେ ସଚେତନତା କରାଇଥିଲେ ।ପରେ ପରେ ରସାନ୍ତ କିଶୋର ପରିଡ଼ାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ରର ପମୁଖ ବୈଜ୍ଞାନିକ ପେଟିକମ୍ ଶ୍ରୀନିବାସ ମୁଖ୍ୟ ଅତିଥି, ଡ.ସୂରଜ କୁମାର ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡ. ଦୀପା ସାମନ୍ତ, ସରପଞ୍ଚ ଗୀତାଞ୍ଜଳି ସ୍ଵାଇଁ, ନୋମିନି କଳ୍ପନା ପଟ୍ଟନାୟକ, ଇଞ୍ଜିନିୟର ହରେକୃଷ୍ଣ ସ୍ଵାଇଁ ଯୋଗ ଦେଇଥିଲେ । ବକ୍ତାମାନେ ଭାଇଚାରା ସୃଷ୍ଟି କରିବା ସହିତ ଗ୍ରାମର ପରିବେଶକୁ ସ୍ଵଚ୍ଛ ରଖିବାକୁ ଆହ୍ୱାନ ଦେଇଥିଲେ । ଶେଷରେ ପ୍ରଫୁଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବେଶ୍ଵର ପ୍ରଧାନ, ଛାଟୋଇ ମୋତିଲାଲ ରାୟ, ଶ୍ରୀଧର ପ୍ରଧାନ, ପ୍ରଦୀପ କୁମାର ସେଠୀ, ମଞ୍ଜୁଲତା ପ୍ରଧାନ, ମଙ୍ଗୁଳି ଚରଣ ପରିଡା, ଗୋପାଳ ମହାପାତ୍ର, ବିକ୍ରମ ପାତ୍ର, ଦିଲିପ କୁମାର ପ୍ରଧାନ ଓ ଦିଲ୍ଲିପ କୁମାର ସ୍ଵାଇଁ ପ୍ରମୁଖ ସହଯୋଗ କରିଥିଲେ । ମଞ୍ଚ ପରିଚାଳନା ମୁଖ୍ୟ ପୁରୋଧା ସୁଧୀର କୁମାର ଜେନା କରିଥିଲେ । ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଗ୍ରାମର ବୟୋଜ୍ୟେଷ୍ଠମାନଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରୀଚରଣ ସୃତି କମିଟି ତରଫରୁ ‘ମୋ ଗାଁକୁ ନିଶାମୁକ୍ତ କରିବାରେ ମୋର କର୍ତ୍ତବ୍ୟ’ ଉପରେ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବରକେରା, ଗୁଡୁପାଇଲୋ, ଗୁଆଳିପଡା, ଇନ୍ଦିପୁର, ମାଛପଡା, ଶ୍ରୀପୁରୁଷୋତ୍ତମପୁର ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା । ଉତ୍କଳ ପ୍ରାନ୍ତରରୁ ଆସିଥିବା ବର୍ଷିୟାନ ପ୍ରବକ୍ତାମାନଙ୍କ ଦ୍ଵାରା ଶ୍ରୀରାମ ଚରିତ କଥାମୃତ ପରିବେଷଣ କରାଯାଇଥିଲା । ଏହାର ମୁଖ୍ୟ ପୁରୋଧା ହେଉଛନ୍ତି ଶିକ୍ଷକ ତଥା ରାମ କଥା ପ୍ରବଚକ ସୁଧୀର କୁମାର ଜେନା ।
Prev Post