centurian jitm

କଂସର ବଜାର ପ୍ରାଙ୍ଗଣରେ ଗାଁ କଳାକାର ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କଂସର ଗ୍ରାମର ବଜାର ପ୍ରାଙ୍ଗଣରେ ଗାଁ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଚାରୋଟି ପଞ୍ଚାୟତ ଯଥା ଦହିଁତା, ଦହିଗାଁ, କଂସର ଓ ବୁଡାମାଲ ପଞ୍ଚାୟତର ବିଭିନ୍ନ କଳାକାରମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଭାବେ ଆଶୁତୋଷ ରଥ ସହ ସମ୍ପାଦକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ନବକିଶୋର ପାଣିଗ୍ରାହୀ, ସୁଧୀର ରଞ୍ଜନ ବହିଦାର, କିଶନ ଲାଲ ଅଗ୍ରୱାଲ, ସ୍ୱତନ୍ତ୍ର ଅତିଥି ପରମାନନ୍ଦ ରଥ, କଂସର ଗ୍ରାମ ପଞ୍ଚାୟତ ସରପଞ୍ଚ ଆନନ୍ଦ ବେହେରା, ପଲ୍ଲୀକବି ଯୋଗେଶ୍ୱର ବିଶ୍ୱାଲ ଯୋଗ ଦେଇଥିଲେ । ହରେକୃଷ୍ଣ ମେହେର ବନୁପାଲି, ସହଦେବ ମେହେର ବୁଡାମାଲ ସହଯୋଗ କରିଥିଲେ । ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗାଁର ଲୁପ୍ତ ପ୍ରତିଭାକୁ ଲୋକଲୋଚନକୁ ଆଣିବା । ଏଥିରେ ବିଭିନ୍ନ ଗ୍ରାମର କଳାକାରମାନଙ୍କ ଦ୍ୱାରା ନୃତ୍ୟ, ଗୀତ କୀର୍ତ୍ତନ, କର୍ମା ଗୀତ, ଧୁନକେଲ ବାଦ୍ୟ, କୁପି ବାଦ୍ୟ, ଖଞ୍ଜଣି, କବିତା ପାଠ କଳାର ପରିବେଷଣ ହୋଇଥିଲା । ସମସ୍ତ କଳାକାରମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏହି ସଭାର ପରିଚାଳନା କରିଥିଲେ ଜୟଶ୍ରୀ ମେହେର, ସୁରେନ୍ଦ୍ର ମେହେର ଓ ଶ୍ୟାମ ମେହେର । ଏଥିରେ ସହଯୋଗ କରିଥିଲେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ଼ ଶାଖା, ବାଟକଢୁଆଲ ବୁବୁଡା, ମା’ ସମଲେଶ୍ୱରୀ କଳା ପରିଷଦ ଦହିଁତା, ବୀର ବଜରଙ୍ଗ କଳା ପରିଷଦ ଭେଲୁଆଁପଦର, ସମ୍ବଲପୁରୀ ଷ୍ଟାର ମିଡିଆ । ପରିଶେଷରେ ସୁରେନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.