ନବନିର୍ବାଚିତ ବିଧାୟକ ଶ୍ରୀ ବାଗଙ୍କୁ କଣ୍ଟାବାଞ୍ଜିର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧନା ସଭା

କଣ୍ଟାବାଞ୍ଜି , (ଗୁରୁଦୟାଲ ହଂସ) : ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ବୁଧବାର ସନ୍ଧ୍ୟାରେ ସହରର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ନିକଟସ୍ତ ବ୍ରାହ୍ମଣ ସମାଜ ଭବନରେ ସମାଜଦ୍ୱାରା ବିଧାୟକ ଶ୍ରୀ ବାଗଙ୍କୁ ଏକ ଭବ୍ୟ ସଭାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସଭାରେ ସଭାପତି ଅମରଚନ୍ଦ୍ର ଶର୍ମା, ପୂର୍ବତନ ସଭାପତି ଘନଶ୍ୟାମ ଶର୍ମା, ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତି ମଂଚାସୀନ ଥିଲେ । ସେହିପରି ଅଗ୍ରୱାଲ ସଭା ଟ୍ରଷ୍ଟଦ୍ୱାରା ସ୍ଥାନୀୟ ହରିଭବନରେ ଅଗ୍ରୱାଲ ସମାଜ ଦ୍ୱାରା ଅନୁଷ୍ଠିତ ସଭାରେ କୈଲାଶ ଅଗ୍ରୱାଲ ତାୱଲିଆ(ସଭାପତି)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ କାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏବଂ ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ସ୍ଥାନୀୟ ଜୈନ ଭବନରେ ଅନୁଷ୍ଠିତ ଜୈନ ଶ୍ୱେତାମ୍ବର ସମାଜଦ୍ୱାରା ମଧ୍ୟ ଉଭୟ କାବାଞ୍ଜି ଓ ଟିଟିଲାଗଡ ବିଧାୟକଦ୍ୱୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହାପରେ ଉଭୟ ଦୁଇ ବିଧାୟକ ଜୈନିମୁନିଙ୍କଠାରୁ ଆର୍ଶିବାଦ ଭିକ୍ଷା କରିଥିଲେ ।

jittmm
Leave A Reply

Your email address will not be published.