oom

ଆସୁନ୍ ଦହି ପାଏନ୍ ଟିକେ ପିଇମା : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନସାଧାରଣଙ୍କୁ ସାମାନ୍ୟ ଆଶ୍ୱସ୍ତି ଲକ୍ଷ୍ୟରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ତୃତୀୟ ପର୍ଯ୍ୟାୟ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାପମାତ୍ରା ପାଖାପାଖି ୪୩ପ୍ସ, ବଲାଙ୍ଗିରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ତାତି । ଅନ୍ୟପଟେ ନିର୍ବାଚନୀ ମାହୋଲ ସରଗରମ ରହିଥିବା ବେଳେ ବର୍ତ୍ତମାନ ବଲାଙ୍ଗିରରେ ଲୋୟର ସୁକତେଲ ପାଣିରୁ ପାଣିଛତ୍ରକୁ ଆସି ରାଜନୀତି ପହଞ୍ଚି ଗଲାଣି । ସହରରେ ଏବେ ମାଳମାଳ ପାଣିଛତ୍ର । ହେଲେ ଛତ୍ର ଥିଲେ ପାଣି ନାହିଁ ଆଉ ପାଣି ଥିଲେ ଛତ୍ର ନାହିଁ । କଉଠି ଛତ୍ରରେ ମଦୁଆଙ୍କ ଆସର ଜମୁଥିବା ବେଳେ ଆଉ କଉଠି କୁକୁର ଜଗୁଛନ୍ତି ଛତ୍ର । ପ୍ରଚଣ୍ଡ ରୌଦ୍ରତାପରେ ଜରୁରୀ କାମରେ ଘରୁ ବାହାରୁଥିବା ଜନସାଧାରଣ କିନ୍ତୁ ତାତିରେ କଲବଲ ହେଉଛନ୍ତି । ତେଣୁକରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଏକ ଛୋଟ ପ୍ରୟାସ ଆରମ୍ଭ କରିଛି । ସଂଗଠନ ତରଫରୁ ଲଗାତାର ଭାବରେ ସହରର ଭିନ୍ନ ଭିନ୍ନ ସ୍ଥାନରେ ଦହିପାଣି ତିଆରି କରି ବଣ୍ଟନ କରାଯାଉଛି । ଆଜି ତୃତୀୟ ପର୍ଯ୍ୟାୟରେ ସ୍ଥାନୀୟ କଲେଜ ଛକରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ଏହି ରାସ୍ତା ଦେଇ ଯାଉଥିବା ଛାତ୍ରଛାତ୍ରୀ, ପ୍ରଫେସର, ବୟସ୍କ, ମହିଳା ଆଦି ବିଭିନ୍ନ ବର୍ଗର ଜନସାଧାରଣ ଟିକିଏ ତୃଷ୍ଣା ମେଣ୍ଟାଇବା ପାଇଁ ଏଠାରେ ଅଟକି ଥଣ୍ଡା ଦହି ପାନୀୟର ମଜା ନେଉଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଆଜି ୩୫୦୦ରୁ ଅଧିକ ଲୋକଙ୍କୁ ଦହିପାଣି ବଣ୍ଟନ କରାଯାଇଥିଲା । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ପର୍ଯ୍ୟନ୍ତ ଏହିଭଳି ଭାବରେ ଆଗାମୀ ଦିନମାନଙ୍କରେ ମଧ୍ୟ ବଲାଙ୍ଗିରର ବିଭିନ୍ନ ସ୍ଥାନରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବା ଲକ୍ଷ୍ୟ ରହିଛି । ଉକ୍ତ କାର୍ଯ୍ୟକ୍ରମକୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସୁମିତ ମିଶ୍ର, ଗୋବିନ୍ଦ ଚନ୍ଦ୍ର ଶତପଥୀ, ରବୀନ୍ଦ୍ର ପ୍ରଧାନ, ଲିଙ୍କନ ସେଠ, ଉତ୍ତମ ନନ୍ଦ, ରମେଶ ଭୋଇ, ଦେବରାଜ ନାଗ, ପ୍ରଦୀପ ଜୁଏଡ, ସରୋଜ ଜାଲ, ଅଂଶୁମାନ ମିଶ୍ର, ଅନିତା ମିଶ୍ର, ଶ୍ୱେତା ସାହୁ, ଚିନ୍ମୟୀ ବୀର ଏବଂ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ମିଶି ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.