oom

ତୃତୀୟ ଜିଲ୍ଲାସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ସ୍ଥାନୀୟ ପି.ପି. ଏକାଡେମୀ ହାଇସ୍କୁଲ ଅଡିଟରିୟମ ହଲରେ ଜିଲ୍ଲାସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା କୋଚ୍‌ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ସିଆର୍‌ପିଏଫ୍ ୧୮୯ ବେଟାଲିୟାନ କମାଣ୍ଡେଣ୍ଟ ପ୍ରଶାନ୍ତ ସାହୁ, ସମ୍ମାନିତ ଅତିଥି କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଗଣେଶ ପ୍ରଧାନ, ଓଡିଶା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ମନମୋହନ ଭଞ୍ଜ ଯୋଗଦାନ ଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଟାଇକଣ୍ଡୋ ଖେଳକୁ ପୋଲିସ ବିଭାଗରେ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ମୁଖ୍ୟ ଅତିଥି କହିଥିବା ବେଳେ ଝିଅମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ତଥା ଟାଇକଣ୍ଡୋ ଅତ୍ୟନ୍ତ ଜରୁରୀ ବୋଲିି ସମ୍ମାନିତ ଅତିଥି କହିଥିଲେ । ଟାଇକଣ୍ଡୋ ଏକ ଅଲମ୍ପିକ କ୍ରୀଡା ଯଦ୍ୱାରା ସମସ୍ତେ ଏଥିରେ ନିଜର ଭବିଷ୍ୟତ ମଧ୍ୟ ଗଠନ କରିପାରିବେ ବୋଲି ଓଟିଏ ସମ୍ପାଦକ କହିଥିଲେ । ଏହି ଟାଇକଣ୍ଡୋ ସଂଘ ପାଇଁ ଜିଲ୍ଲା ପ୍ରଶାସନ ଯଦି ଏକ ଇନଡୋର ହଲ କିମ୍ବା ସରକାରୀ ଜମିର ବ୍ୟବସ୍ଥା କଲେ ଆଗାମୀ ଦିନରେ ଏହି ଅଂଚଳର ଛାତ୍ରଛାତ୍ରୀମାନେ ଏହି ଖେଳରେ ଅଲମ୍ପିକ ଯିବା ପାଇଁ ମଧ୍ୟ ସ୍ୱପ୍ନ ଦେଖିପାରିବେ ବୋଲି କୋଚ୍‌ ଅସୀମ ଭୋଇ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ କୋଣରୁ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.