
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ, ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଆଗମନ ସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଋଷିକୂଲ୍ୟା ତୀରେ ସ୍ତନପୀଠେ ପୂଜିତା ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର ପୁନଃ-ପ୍ରତିଷ୍ଠା ଉତ୍ସବ ଅବସରରେ ବୁଧବାର ନିର୍ଦ୍ଧାରୀତ ସମୟ ସକାଳ ୯ଘଣ୍ଟା ୫୦ମିନଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟୋମ ଯାନରେ ଆକାଶ ମାର୍ଗରୁ ଦେବୀଙ୍କ ଆସ୍ଥାନ ପୀଠ ପୂର୍ଣ୍ଣଗିରି ପର୍ବତ ଶିଖର ଶୀର୍ଷରେ ଅବତରଣ କରୁଛନ୍ତି । ଏହାକୁ ନେଇ ଉଚ୍ଚପ୍ରଶାସନିକ ସ୍ତରରେ ଗତକାଲି ଉକ୍ତ ସ୍ଥଳକୁ ତନାଘନ ତଦାରଖ କରିଛନ୍ତି ।