- ଅରୁଣାଚଳ ପ୍ରଦେଶରେ ୧୭୨୦ ମେଗାୱାଟ କମଳା ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ; ୨୬,୦୬୯.୫୦ କୋଟି ଟଙ୍କା ନିବେଶ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଅରୁଣାଚଳ ପ୍ରଦେଶର କାମଲେ , କ୍ରା ଦାଦି ଏବଂ କୁରୁଙ୍ଗ କୁମେ ଜିଲ୍ଲାରେ କମଳା ଜଳ ବିଦ୍ୟୁତ୍ ପ୍ରକଳ୍ପ (ଏଚଇପି) ନିର୍ମାଣ ପାଇଁ ୨୬,୦୬୯.୫୦ କୋଟି ଟଙ୍କାର ନିବେଶକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପର ସମାପ୍ତି ଅବଧି ୯୬ ମାସ ହେବ ବୋଲି ଆକଳନ କରାଯାଇଛି।
୧୭୨୦ ମେଗାୱାଟ (୮ x ୨୧୦ ମେଗାୱାଟ ଏବଂ ୧ x ୪୦ ମେଗାୱାଟ) ସ୍ଥାପିତ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପରୁ ୬୮୭୦ ଏମୟୁ ଶକ୍ତି ଉତ୍ପାଦନ ହେବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍ ଅରୁଣାଚଳ ପ୍ରଦେଶ ରାଜ୍ୟରେ ବିଦ୍ୟୁତ୍ ଯୋଗାଣ ସ୍ଥିତିକୁ ସୁଦୃଢ଼ କରିବ, ସର୍ବାଧିକ ଚାହିଦା ପରିଚାଳନାରେ ସହାୟତା କରିବ, ଜାତୀୟ ଗ୍ରୀଡ୍ ସନ୍ତୁଳନରେ ଯୋଗଦାନ ଦେବ ଏବଂ ବ୍ରହ୍ମପୁତ୍ର ଉପତ୍ୟକାରେ ବନ୍ୟା ନିୟନ୍ତ୍ରଣ ଲାଭ ପ୍ରଦାନ କରିବ । କମଳା ଏଚଇପି ବ୍ୟତୀତ, ଅନ୍ୟାନ୍ୟ ଜଳବିଦ୍ୟୁତ ପ୍ରକଳ୍ପ – ସୁବାନସିରି ଲୋୟର (୨୦୦୦ ମେଗାୱାଟ), ଦିବାଙ୍ଗ ବହୁମୁଖୀ (୨୮୮୦ ମେଗାୱାଟ) ନିର୍ମାଣାଧୀନ ଅଛି, ଏବଂ ଏଟାଲିନ୍ (୩୦୯୭ ମେଗାୱାଟ) ପ୍ରକଳ୍ପ ଅରୁଣାଚଳ ପ୍ରଦେଶରେ ଏନଏଚପିସି ଲିମିଟେଡ୍ ଦ୍ୱାରା ବିକଶିତ କରାଯିବାର ଯୋଜନା ରହିଛି।
କମଳା ଏଚଇପି ଏନଏଚପିସି ଲିମିଟେଡ୍ ଏବଂ ଅରୁଣାଚଳ ପ୍ରଦେଶ ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ କମ୍ପାନୀ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଭାରତ ସରକାର ବନ୍ୟା ନିୟନ୍ତ୍ରଣ ଉପାଦାନ ପାଇଁ ବଜେଟ ସହାୟତା ଭାବରେ ୪,୭୪୩.୯୮କୋଟି ଟଙ୍କା ଏବଂ ରାସ୍ତା, ସେତୁ ଏବଂ ସମ୍ପୃକ୍ତ ପରିବହନ ବ୍ୟବସ୍ଥା ନିର୍ମାଣ ଭଳି ଭିତ୍ତିଭୂମିକୁ ସକ୍ଷମ କରିବା ପାଇଁ ବଜେଟ ସହାୟତା ଭାବରେ ୧,୩୪୦ କୋଟି ଟଙ୍କା ପ୍ରଦାନ କରିବେ। ଏହା ବ୍ୟତୀତ ରାଜ୍ୟର ଇକ୍ୱିଟି ଅଂଶ ପାଇଁ ୭୫୦ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ।
ରାଜ୍ୟକୁ ୧୨% ମାଗଣା ବିଦ୍ୟୁତ୍ ଏବଂ ସ୍ଥାନୀୟ କ୍ଷେତ୍ର ବିକାଶ ପାଣ୍ଠି (ଏଲଏଡିଏଫ୍) ପାଇଁ ଅତିରିକ୍ତ ୧% ମିଳିବ। ଏହା ସହିତ ଏହି ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ କରାଯିବ ଏବଂ ସାମାଜିକ-ଆର୍ଥିକ ଲାଭ ମିଳିବ।
ଅରୁଣାଚଳ ପ୍ରଦେଶର କାମଲେ , କ୍ରା ଦାଦି ଏବଂ କୁରୁଙ୍ଗ କୁମେ ଜିଲ୍ଲାର ଭିତ୍ତିଭୂମି କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ହେବ , ଯେଉଁଥିରେ ପ୍ରାୟ ୧୯୬ କିଲୋମିଟର ରାସ୍ତା ଏବଂ ସେତୁର ବିକାଶ ଅନ୍ତର୍ଭୁକ୍ତ। ଏହା ପ୍ରାୟତଃ ସ୍ଥାନୀୟ ଅଞ୍ଚଳରେ ବ୍ୟବହାର ପାଇଁ ଉପଲବ୍ଧ ହେବ। ୮ କୋଟି ଟଙ୍କାର ଏକ ସମର୍ପିତ ପ୍ରକଳ୍ପ ପାଣ୍ଠି ମାଧ୍ୟମରେ ପାଣ୍ଠି ଯୋଗାଇ ଦିଆଯାଇଥିବା ହସ୍ପିଟାଲ, ସ୍କୁଲ, ବଜାର ଇତ୍ୟାଦି ଅତ୍ୟାବଶ୍ୟକ ଭିତ୍ତିଭୂମି ନିର୍ମାଣରୁ ମଧ୍ୟ ଜିଲ୍ଲା ଉପକୃତ ହେବ। ସ୍ଥାନୀୟ ଜନସାଧାରଣ କ୍ଷତିପୂରଣ, ନିଯୁକ୍ତି ଏବଂ ସିଏସଆର୍ କାର୍ଯ୍ୟକଳାପରୁ ମଧ୍ୟ ଲାଭବାନ ହେବେ।
କମଳା ଏଚଇପି ବ୍ୟତୀତ, ଅରୁଣାଚଳ ପ୍ରଦେଶ ଏବଂ ଆସାମରେ ଏନଏଚପିସି ଲିମିଟେଡ୍ ଦ୍ୱାରା ତିନୋଟି ପ୍ରମୁଖ ଜଳବିଦ୍ୟୁତ ପ୍ରକଳ୍ପ – ସୁବାନସିରି ଲୋୟର (୨୦୦୦ ମେଗାୱାଟ), ଦିବାଙ୍ଗ ବହୁମୁଖୀ (୨୮୮୦ ମେଗାୱାଟ), ଏବଂ ଏଟାଲିନ୍ (୩୦୯୭ ମେଗାୱାଟ) ବିକଶିତ କରାଯାଉଛି। ସୁବାନସିରି ଲୋୟର ଏଚଇପି (୨୦୦୦ ମେଗାୱାଟ) ଏକ ଉନ୍ନତ ପର୍ଯ୍ୟାୟରେ ଅଛି ଯାହାର ୭୫୦ ମେଗାୱାଟ ପୂର୍ବରୁ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ଅବଶିଷ୍ଟ କ୍ଷମତା ଡିସେମ୍ବର ୨୦୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଆଶା କରାଯାଉଛି। ସମସ୍ତ ପ୍ରକଳ୍ପ ଆୟୋଜକ ରାଜ୍ୟଗୁଡ଼ିକୁ ୧୨% ମାଗଣା ବିଦ୍ୟୁତ୍ ଯୋଗାଇବ ଏବଂ ପ୍ରକଳ୍ପ ରାଜସ୍ୱର ୧% ସମକକ୍ଷ ସ୍ଥାନୀୟ କ୍ଷେତ୍ର ବିକାଶ ପାଣ୍ଠି ମାଧ୍ୟମରେ ସ୍ଥାନୀୟ ବିକାଶକୁ ସମର୍ଥନ କରିବ ।