ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ନିମ୍ନମାନର ପୋଷାକ ଏବଂ ଗ୍ୟାସ ଚୁଲ୍‌ହା ଯୋଗାଣ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନର ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ନିମ୍ନମାନର ପୋଷାକ ଏବଂ ଗ୍ୟାସ ଚୁଲ୍‌ହା ଯୋଗାଣ ହେଉଥିବା ଅଭିଯୋଗ ହୋଇଛି । ଏ ନେଇ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ମଙ୍ଗଳବାର ଅଭିଯୋଗ ସ୍ୱରୂପ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ଜନମାରଣ ନୀତି ବିରୁଦ୍ଧରେ ସ୍ୱର ଉଠାଇଛନ୍ତି, ଅଙ୍ଗନୱାଡି କର୍ମୀ ମହାସଂଘ । ମଙ୍ଗଳବାର ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ଶତାଧିକ ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ସଂଗଠିତ ହୋଇ ଶୋଭାଯାତ୍ରାରେ ବାହାରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି ଏହି ଘଟଣାର ତଦନ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବୀ କରାଯାଇଛି ।

Leave A Reply

Your email address will not be published.