oom

ମରୁଡି ଘୋଷଣା, ବୀମାରାଶି ପ୍ରଦାନ ଓ ଚାଷୀଙ୍କୁ ୟୁରିଆ ସାର ଯୋଗାଣ ଦାବୀରେ ଆନ୍ଦୋଳନ ନିଷ୍ପତ୍ତି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟିର ଝାରବନ୍ଧ ଓ ଜଗଦଲପୁର ମଣ୍ତଳର କାର୍ଯ୍ୟକର୍ତ୍ତାମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବିଜେପିର ବରିଷ୍ଠ ନେତା ଦୁର୍ଗାପ୍ରସାଦ ଅଗ୍ରୱାଲଙ୍କ ସଭାପତିତ୍ୱରେ ଝାରବନ୍ଧ ଯାଦବ ସଭା, କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରପ କଟିଙ୍ଗ ଆଧାରରେ ରାଜ୍ୟ ସରକାର ତୁରନ୍ତ ମରୁଡ଼ି ଘୋଷଣା କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକ ସ୍ଵତନ୍ତ୍ର ପେକେଜ ଘୋଷଣା କରି ରାଜ୍ୟ ସରକାର ସହାୟତା କରିବା ପାଇଁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଦ୍ୱିତୀୟରେ ୨୦୨୧-୨୨ ବର୍ଷରେ ପଦ୍ମପୁର ସବଡିଭିଜନ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ପ୍ରିମିୟମ ଜମା କରିଥିବା ସମସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଏଚ୍‌ଡିଏଫ୍‌ସି କମ୍ପାନୀ ଉପରେ ଚାପ ଦିଅନ୍ତୁ । ତୃତୀୟରେ ଚାରିଆଡେ ଚାଷକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଚାଷୀମାନେ ଆବଶ୍ୟକ କରୁଥିବା ୟୁରିଆ ସାର ଚାଷୀଙ୍କୁ ମିଳୁନାହିଁ, ଅନ୍ୟପଟେ ବ୍ୟାପକ ମାତ୍ରାରେ ସାର କଳା ବଜାର ହେଉଥିବା ଓ ଖୋଲା ବଜାରେ ୬ ଶହ ଟଙ୍କାରୁ ଅଧିକ ଦରରେ ୟୁରିଆ ସାର ବିକ୍ରି ହେଉଥିବାରୁ କୃଷି ବିଭାଗ ଏ ଦିଗରେ ପଦକ୍ଷେପ ନେବା ପାଇଁ ଆଲୋଚନା ହୋଇ ପ୍ରସ୍ତାବ ପାରିତ ହୋଇଛି । ମରୁଡ଼ି, ପ୍ରଧାନମନ୍ତ୍ରୀ ଫସଲ ବୀମା ଓ ସାର ଯୋଗାଇବା ଦାବୀରେ ଆସନ୍ତା ତା ୧୬/ ୭ ରିଖ ଦିନ ଝାରବନ୍ଧ ତହସିଲ କାର୍ଯ୍ୟାଳୟରେ ୨ ଘଣ୍ଟିଆ ଧାରଣା ଦେବା ପାଇଁ ନିଷ୍ପତ୍ତ ନିଆଯାଇଛି । ଏହି ବୈଠକରେ ପଦ୍ମପୁର ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବରିଷ୍ଠ ନେତା ଡା ଲମ୍ବୋଦର ପଣ୍ତା, ହରିହର ସାହୁ, ମାନଭଞ୍ଜନ ମିର୍ଦା, ମଦନ ମୋହନ ପଟେଲ, ହରେକୃଷ୍ଣ ପଟେଲ, ସମିତିସଭ୍ୟ ସତ୍ୟମ ପ୍ରଧାନ, ଦରଶ ସାହୁ, ତରଣୀ ସେନ ପ୍ରଧାନ, ମନୋଜ ପ୍ରଧାନ, ଶାରଙ୍ଗ ପ୍ରଧାନ, ସାମନ୍ତ ଶେଖର ମୁନା, ଧନୁର୍ଯ୍ୟ ନାୟକ, ଗରିବ ଭୋଇ, ଗୋପିନାଥ ସରାଫ, ଗିରିଧାରୀ ପଟେଲ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.